ଦେଶରେ ଚାଲିବ ଚାଳକ ବିହୀନ ଟ୍ରେନ୍
ନୂଆଦିଲ୍ଲୀ: ଭବିଷ୍ୟତରେ ଦେଶରେ ଚାଳକ ବିହୀନ ଟ୍ରେନ୍ ଚଳାଚଳ କରିବ। ଏକ ଆଧୁନିକ ସିଗ୍ନାଲ୍ ବ୍ୟବସ୍ଥା ବିକାଶ କରିବା ଲାଗି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳକୁ ବ୍ୟବହାର କରି ଦେଶରେ ପ୍ରଥମ ଥର ପାଇଁ ଏକ ଯୋଗାଯୋଗ ବ୍ୟବସ୍ଥା ବିକାଶ କରାଯିବ, ଯାହା ଟ୍ରେନ୍ ଚଳାଚଳ ବ୍ୟବସ୍ଥାକୁ ସ୍ବୟଂକ୍ରିୟ କରପାରିବ। ଭାରତରେ ୬୮,୧୦୩ କିମି ରେଳପଥ ରହିଛି। ଭାରତର ରେଳପଥ ଏସିଆର ସର୍ବବୃହତ ଏବଂ ଦୁନିଆର ଦ୍ବିତୀୟ ବୃହତ ରେଳପଥ ନେଟ୍ୱର୍କ।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ସଂସ୍ଥା ଅଧୀନରେ ତାହା ପରିଚାଳିତ ହେଉଛି। ଆଧୁନିକ ସିଗ୍ନାଲ୍ ବ୍ୟବସ୍ଥା ପାଇଁ ଯେଉଁ ଯୋଗାଯୋଗ ବ୍ୟବସ୍ଥା ବିକାଶ କରାଯିବ ସେଥିରେ ରେଡିଓ ଯୋଗାଯୋଗକୁ ବ୍ୟବହାର କରାଯିବ। ଫଳରେ ସଠିକ୍ ସମୟରେ ସଠିକ୍ ସୂଚନାର ଆଦାନପ୍ରଦାନ ହୋଇପାରିବ। ଏହା ଦ୍ବାରା ଟ୍ରେନ୍ର ଚଳାଚଳକୁ ନିୟନ୍ତ୍ରଣ କରାଯାଇପାରିବ। ରେଳବାଇର ଅଟୋମେସନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ଏବଂ ଚାଳକ ବିହୀନ ଟ୍ରେନ୍ ଚଳାଚଳ ପାଇଁ ଏହା ପଥ ପରିସ୍କାର କରିବ।