ସମଗ୍ର ଭାରତରେ ପ୍ରଚଳନ ହେବ ଗୋଟିଏ ପ୍ରକାରର ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ଠାରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦେଉଥିବା ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ର ରୂପ, ରଙ୍ଗ ଓ ଆକୃତି ଏକ ପ୍ରକାରର ହେବା ସହ ତାହାର ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ସମାନ ହେବ।

ମାଇକ୍ରୋଚିପ୍‌ ଖଞ୍ଜା ହୋଇଥିବା ଏହି ସବୁ ସ୍ମାର୍ଟ ଡିଏଲ୍‌ ଏବଂ ଆର୍‌ସି ସବୁରେ କ୍ୟୁଆର୍‌ କୋଡ୍‌ ରହିବ। ମେଟ୍ରୋ ଏବଂ ଏଟିଏମ୍‌ କାର୍ଡ ଭଳି ସେଥିରେ ନିୟର୍‌-ଫିଲ୍‌ଡ୍‌ କମ୍ୟୁନିକେସନ୍‌ ଫିଚର୍‌ ମଧ୍ୟ ରହିବ। ଫଳରେ ଟ୍ରାଫିକ୍‌ ପୁଲିସମାନଙ୍କ ହାତରେ ଥିବା ଯନ୍ତ୍ରଦ୍ୱାରା କାର୍ଡରେ ଷ୍ଟୋର୍‌ ହୋଇଥିବା ତଥ୍ୟ ସହଜରେ ସଂଗ୍ରହ କରି ପାରିବେ।

ଦେଶରେ ଦୈନିକ ପ୍ରାୟ ୩୨୦୦୦ ଡିଏଲ୍‌ ଦିଆଯାଉଛି ବା ନବୀକରଣ କରାଯାଉଛି। ଦୈନିକ ୪୩ ହଜାର ନୂଆ ଗାଡ଼ି ପଞ୍ଜିକରଣ ହେଉଛି ବା ପୁନଃପଞ୍ଜିକରଣ ହେଉଛି।

ସେହି ସମୟରେ ପରିବହନ ଅଧିକାରୀମାନେ ନୂଆ ଡିଏଲ୍‌ ଓ ଆର୍‌ସି ଦେବା ଦ୍ୱାରା ଧୀରେ ଧୀରେ ପୁରୁଣାଗୁଡ଼ିକ ଲୋକମାନଙ୍କ ଠାରୁ ଚାଲିଯିବ।

ସମ୍ବନ୍ଧିତ ଖବର