ହାଇଦ୍ରାବାଦ : ହାଇଦ୍ରାବାଦର ଗଟିପାଲ୍ଲି ଶିବପାଳ ସାରା ଭାରତରେ ଏକ ବିରଳ ରେକର୍ଡ କରିଛନ୍ତି । ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସେ ଭାରତର ପ୍ରଥମ ବାମନ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ୪୨ ବର୍ଷୀୟ ଶିବପାଳଙ୍କ ଉଚ୍ଚତା ହେଉଛି ମାତ୍ର ୩ ଫୁଟ୍ । ଏହା ସତ୍ତ୍ବେ ସେ ହାଇଦ୍ରାବାଦରେ ଜଣେ ଦକ୍ଷ ଡ୍ରାଇଭର ଭାବେ ଜଣାଶୁଣା । ତାଙ୍କର ଏହି ରେକର୍ଡ ପାଇଁ ତାଙ୍କୁ ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ମିଳିଛି ।
ଅନ୍ୟପକ୍ଷରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ପରେ ଅନ୍ୟ ବାମନମାନେ ଉତ୍ସାହିତ ହୋଇଯାଇଛନ୍ତି । ଡ୍ରାଇଭିଂ ଶିଖିବାକୁ ବାମନମାନେ ତାଙ୍କୁ ଫୋନ କରୁଥିବା ଶିବପାଳ କହିଛନ୍ତି । ନିଜର ଦକ୍ଷତାକୁ ଲୋକମାନଙ୍କୁ ଡ୍ରାଇଭିଂ ଶିଖାଇବାରେ ସେ ବିନିଯୋଗ କରିବେ ବୋଲି କହିଛନ୍ତି । ବିଶେଷକରି ଦିବ୍ୟାଙ୍ଗମାନଙ୍କ ପାଇଁ ସେ ଏକ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/6986f62a-b359-4cac-a903-9c6022e9a532.jpg)