ଡ୍ରାଇଭିଂ ଲାଇସେନ୍ସ ପାଇବାରେ ଦେଶର ପ୍ରଥମ ବାମନ ହେଲେ ହାଇଦ୍ରାବାଦର ଏହି ବ୍ୟକ୍ତି

ହାଇଦ୍ରାବାଦ : ହାଇଦ୍ରାବାଦର ଗଟିପାଲ୍ଲି ଶିବପାଳ ସାରା ଭାରତରେ ଏକ ବିରଳ ରେକର୍ଡ କରିଛନ୍ତି । ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସେ ଭାରତର ପ୍ରଥମ ବାମନ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ୪୨ ବର୍ଷୀୟ ଶିବପାଳଙ୍କ ଉଚ୍ଚତା ହେଉଛି ମାତ୍ର ୩ ଫୁଟ୍ । ଏହା ସତ୍ତ୍ବେ ସେ ହାଇଦ୍ରାବାଦରେ ଜଣେ ଦକ୍ଷ ଡ୍ରାଇଭର ଭାବେ ଜଣାଶୁଣା ।  ତାଙ୍କର ଏହି ରେକର୍ଡ ପାଇଁ ତାଙ୍କୁ ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ମିଳିଛି ।

ଅନ୍ୟପକ୍ଷରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ପରେ ଅନ୍ୟ ବାମନମାନେ ଉତ୍ସାହିତ ହୋଇଯାଇଛନ୍ତି ।  ଡ୍ରାଇଭିଂ ଶିଖିବାକୁ ବାମନମାନେ ତାଙ୍କୁ ଫୋନ କରୁଥିବା ଶିବପାଳ କହିଛନ୍ତି । ନିଜର ଦକ୍ଷତାକୁ ଲୋକମାନଙ୍କୁ ଡ୍ରାଇଭିଂ ଶିଖାଇବାରେ ସେ ବିନିଯୋଗ କରିବେ ବୋଲି କହିଛନ୍ତି । ବିଶେଷକରି ଦିବ୍ୟାଙ୍ଗମାନଙ୍କ ପାଇଁ ସେ ଏକ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି ।

 

 

ସମ୍ବନ୍ଧିତ ଖବର