ସେନା ଶିବିର ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ: ୮୦ଯବାନଙ୍କ ମୃତ୍ୟୁ

ଦୁବାଇ: ୟେମେନର ମରିବରେ ଥିବା ସେନା ଶିବିର ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣରେ ୮୦ରୁ ଅଧିକ ଯବାନଙ୍କର ରବିବାର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ୟେମେନର ସେନା ସୂଚନା ଦେଇଛନ୍ତି।

Image result for missile-drone-attack-in-yemen-many-killed
The New York Times

ମରିବରେ ସେନା ଶିବିର ଭିତରେ ଥିବା ଏକ ମସଜିଦ ଉପରେ ହୋଇଥିବା ଏହି ଆକ୍ରମଣ ପଛରେ ଇରାନ ସମର୍ଥିତ ‘‘ହୁତି’’ ବିଦ୍ରୋହୀ ରହିଥିବାର କୁହାଯାଉଛି। କାରଣ ‘ହୁତି’ ଓ ୟେମେନ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗିରହିଛି। କିନ୍ତୁ କିଛିଦିନ ହେବ ଏହି ବିବାଦ ଶାନ୍ତ ପଡ଼ିଯାଇଥିଲା ବେଳେ ଶନିବାର ସେନା ଶିବିର ଉପରେ ଏପରି ବଡ଼ ଧରଣର ଆକ୍ରମଣ କରାଯାଇଛି।

ୟେମେନ ସେନା ପକ୍ଷରୁ ପ୍ରକାଶ, ମରିବରେ ସନ୍ଧ୍ୟାରେ ନମାଜ ପାଠ ହେଉଥିବା ବେଳେ ଏକ ସେନାର ଶିବିର ଉପରେ ଏହି ମିସାଇଲ ଓ ଡ୍ରୋନ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୮୦ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Missile---AFP
economictimes

ଏଭଳି ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ସରକାର ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଉତ୍ତରରେ ଥିବା ନାହମ ଅଞ୍ଚଳରେ ‘ହୁତି’ ବିଦ୍ରୋହୀଙ୍କ ବିରୋଧରେ ବଡ଼ ଅଭିଯାନ ଜାରି ରଖିଥିଲେ। ରବିବାର ବି ନାହମରେ ସଂଘର୍ଷ ଜାରି ରହିଛି। ‘ହୁତି’ ର ୧୨ରୁ ଉର୍ଧ୍ୱ ସମର୍ଥକଙ୍କ ଏହି ଆକ୍ରମଣରେ ମୃତ୍ୟୁ ଘଟିଥିବା ବି ସୂଚନା ମିଳିଛି।

ସମ୍ବନ୍ଧିତ ଖବର