ନୂଆଦିଲ୍ଲୀ: ଭାରତ ମହାସାଗରରେ  ଇସ୍ରାଏଲର ଏକ ଜାହାଜକୁ ଟାର୍ଗେଟ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ଏକ ସନ୍ଦିଗ୍ଧ ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା, ଯାହାଦ୍ବାରା ଇସ୍ରାଏଲର ବାଣିଜ୍ୟିକ ଜାହାଜଟି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏଥିରେ କେହି ଆହତ ହୋଇନଥିଲେ।

Advertisment

ବ୍ରିଟିଶ ସେନାର ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ ଏବଂ ସାମୁଦ୍ରିକ ସୁରକ୍ଷା ସଂସ୍ଥା ଆମ୍ବ୍ରେ କହିଛି ଯେ ଭାରତର ଭର୍ୱାଲ ନିକଟରେ ଇସ୍ରାଏଲର ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଯୋଗୁଁ ଜାହାଜରେ ନିଆଁ ଲାଗିଯାଇଥିଲା।

ସୂଚନାଯୋଗ୍ୟ, ଗତ ମାସରେ ଭାରତ ମହାସାଗରରେ ଇସ୍ରାଏଲର ଆଉ ଏକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହାପରେ ଆମେରିକୀୟ ଅଧିକାରୀମାନେ ଦାବି କରିଥିଲେ ଯେ ଏହି ଆକ୍ରମଣ ଏକ ଇରାନୀ ଡ୍ରୋନ ମାଧ୍ୟମରେ ହୁଥି ବିଦ୍ରୋହୀଙ୍କ ଦ୍ବାରା କରାଯାଇଥିଲା ।

ଶନିବାର ହୋଇଥିବା ଏହି ଆକ୍ରମଣ ପଛରେ ବି ହୁଥି ବିଦ୍ରୋହୀମାନଙ୍କ ହାତ ଥିବା ଇସ୍ରାଏଲ ସଂଦେହ କରୁଛି । ଗତ ମାସରେ ୟେମେନର ହୁଥି ବିଦ୍ରୋହୀମାନେ ଲୋହିତ ସାଗର ଜାହାଜ ମାର୍ଗରେ ଭାରତ ଅଭିମୁଖେ ଯାଉଥିବା ଇସ୍ରାଏଲ ସହ ସଂପର୍କିତ ଏକ ମାଲବାହୀ ଜାହାଜକୁ ଅପହରଣ କରିଥିଲେ। ସେହିପରି ବିଦ୍ରୋହୀମାନେ ଜାହାଜର ୨୫ ଜଣ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ।