ଇମ୍ପାଲ : ମଣିପୁରରେ ପୁଣି ଥରେ ହିଂସା ଆରମ୍ଭ ହୋଇଯାଇଛି । ଦୁଇ ମାସର ସାମୟିକ ନିରବତା ପରେ ସେପ୍ଟେମ୍ବର ପହିଲାରେ ଯେଉଁ ଭଳି ଘାତକ ଆକ୍ରମଣ ହୋଇଥିଲା ତାହା ଚିନ୍ତାର କାରଣ ହୋଇଛି । ଏହି ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷୀୟା ନାବାଳିକା, ୨ ଜଣ ପୁଲିସ କର୍ମଚାରୀ ଓ ଜଣେ ଗଣମାଧ୍ୟମ କର୍ମଚାରୀ ରହିଛନ୍ତି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେପ୍ଟେମ୍ବର ୧ରେ ହୋଇଥିବା ଏହି ଆକ୍ରମଣରେ ଡ୍ରୋନ୍ ବ୍ୟବହାର କରି ବୋମା ପକାଯାଇଥିଲା। ମେଇତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସାରେ ପ୍ରଥମ ଥର ପାଇଁ ଡ୍ରୋନ୍ ବ୍ୟବହାର କରାଯାଇଛି। ଏହା କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ଚିନ୍ତାର ବିଷୟ ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଆକ୍ରମଣରେ ଡ୍ରୋନ୍ ବ୍ୟବହାର କରି ବୋମା ପକାଯାଇଥିଲା। ମେଇତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସାରେ ପ୍ରଥମ ଥର ପାଇଁ ଡ୍ରୋନ୍ ବ୍ୟବହାର କରାଯାଇଛି। ଏହା କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ଚିନ୍ତାର ବିଷୟ । ତେବେ ମଣିପୁରରେ ଡ୍ରୋନ୍ ବୋମା ବ୍ୟବହାରକୁ ନେଇ ଭାରତର ସୁରକ୍ଷା ବଳ କାହିଁକି ଚିନ୍ତିତ ହେବ? ଆସନ୍ତୁ ବୁଝିବା ।

ଆହୁରି ପଢନ୍ତୁ : ଦାଉଦ୍ ଗ୍ୟାଙ୍ଗ ସଦସ୍ୟଙ୍କୁ ଡରୁଛନ୍ତି ସଲମାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତ

ଭାରତର ମଣିପୁରରେ ଏହାର ବ୍ୟବହାର ଉଦବେଗଜନକ ଭାବେ ବୃଦ୍ଧି ପାଇବାର ସଙ୍କେତ ଦେଉଛି। ଏହାର ସାହାଯ୍ୟରେ ଆକ୍ରମଣକାରୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପରିବର୍ତ୍ତେ ଦୂରରୁ ଆକ୍ରମଣ କରିପାରିବେ। ଯଦି ଏପରି ହେବା ଆରମ୍ଭ ହୁଏ, ତେବେ ଆକ୍ରମଣ କେବେ ଓ କେଉଁଠି ହେବ ତାହା ଆକଳନ କରାଯାଇପାରିବ ନାହିଁ କି ଏହାକୁ ରୋକାଯାଇପାରିବ ନାହିଁ। ଆକ୍ରମଣରେ ଡ୍ରୋନ୍ର ବ୍ୟବହାର ଟାର୍ଗେଟ କିଲିଂକୁ ବଢାଇପାରେ ଏବଂ ଯେ କୌଣସି ଅଞ୍ଚଳ ଅସ୍ଥିର ହୋଇପାରେ।ଏହି ଆକ୍ରମଣ ବଡ଼ ଧରଣର ହିଂସା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

ନିଜ କଲା କର୍ମର ଫଳ ଭୋଗୁଛି ପାକିସ୍ତାନ: ଅଗଷ୍ଟରେ ଦେଶରେ ୫୯ ଆତଙ୍କବାଦୀ ଆକ୍ରମଣ