ଜମ୍ମୁ-କଶ୍ମୀର: ଜାମ୍ମୁ ଓ କାଶ୍ମୀରର ତ୍ରାଲରେ ଗୁରୁବାର ସକାଳୁ ସୁରକ୍ଷା ବାହିନୀ ସହିତ ଏକ ବଡ଼ ଗୁଳିବିନିମୟରେ ଜୈସ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନିହତ ହେବା ଖବର ଆମେ ପୂର୍ବରୁ ଜାଣିଛନ୍ତି। ଏବେ ଜାଣିବାକୁ ମିଳିଛି ଯେ ଏନ୍କାଉଣ୍ଟ୍ରେ ନିହତ ହେବା ପୂର୍ବରୁ ଆତଙ୍କୀର ଚେହେରା ଡ୍ରୋନ୍ରେ କଏଦ୍ ହୋଇଛି। ଏବେ ଡ୍ରୋନ୍ ଫୁଟେଜ୍ରେ ଆତଙ୍କୀର ଚେହେରା ଦେଖିବାକୁ ମିଳୁଛି।
ଭିଡିଓଗୁଡ଼ିକରେ ସୁରକ୍ଷା ବାହିନୀ ଦ୍ୱାରା ଘେରା ହୋଇଥିବା ଆତଙ୍କବାଦୀମାନେ ହାତରେ ରାଇଫଲ୍ ଧରି ଏକ ନିର୍ମାଣାଧୀନ କୋଠା ପରି ଦେଖାଯାଉଥିବା ତଳ ମହଲାରେ ଲୁଚି ରହିଥିବା ଦେଖାଯାଉଛି।
ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲର ନାଦିର ଗାଁରେ ସୁରକ୍ଷା ବାହିନୀ ଏକ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିବା ସମୟରେ ଏହି ଏନକାଉଣ୍ଟର ହୋଇଥିଲା। ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା।
ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ପ୍ରତ୍ୟୁଷରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜୈସ୍-ଏ-ମହମ୍ମଦର ତିନି ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୪୮ ଘଣ୍ଟା ମଧ୍ୟରେ ଏହା ଦ୍ବିିତୀୟ ଏନ୍କାଉଣ୍ଟର୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/15/dWPbGYj3K4qRiF19f5CA.jpg)