‘ବିଏସ୍ଏଫ୍’ ଗୁଳି ଚଳାଇବାରୁ ପାକିସ୍ତାନକୁ ଫେରିଗଲା ଜମ୍ମୁ ଓ କଶ୍ମୀରର ଆନ୍ତର୍ଜାତିକ ସୀମାନ୍ତରେ ଉଡୁଥିବା ଡ୍ରୋନ୍
ନୂଆଦିଲ୍ଲୀ: ଶନିବାର ରାତିରେ ଜମ୍ମୁ ଓ କଶ୍ମୀରର ଆର୍ଏସ୍ ପୁରା ସେକ୍ଟର୍ ଅଞ୍ଚଳ ଆନ୍ତର୍ଜାତିକ ସୀମାନ୍ତରେ ପାକିସ୍ତାନରୁ ଆସିଥିବା ଏକ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା ବୋଲି ରବିବାର ଦିନ ‘ବର୍ଡର୍ ସିକ୍ୟୁରିଟି ଫୋର୍ସ’ (ବିଏସ୍ଏଫ୍) କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିରାପତ୍ତା କର୍ମଚାରୀମାନେ ଗୁଳି ଚଳାଇବାରୁ ଡ୍ରୋନ୍ଟି ପାକିସ୍ତାନକୁ ଫେରିଯାଇଥିବା କଥା ମଧ୍ୟ ‘ବିଏସ୍ଏଫ୍’ କହିଛି।
‘ବିଏସ୍ଏଫ୍’ କହିଛି: ଗତରାତିରେ ଜମ୍ମୁ ଓ କଶ୍ମୀରର ଆର୍ଏସ୍ ପୁରା ସେକ୍ଟର୍ ଅନ୍ତର୍ଗତ ଆର୍ଣ୍ଣିଆ ଅଞ୍ଚଳ ଆନ୍ତର୍ଜାତିକ ସୀମାନ୍ତରେ ଏକ ଡ୍ରୋନ୍ ଦେଖା ଦେଇଥିଲା। ‘ବିଏସ୍ଏଫ୍’ ଯବାନମାନେ ଗୁଳି ଚଳାଇବାରୁ ଡ୍ରୋନ୍ଟି ପାକିସ୍ତାନକୁ ଫେରିଯାଇଥିଲା।
ସପ୍ତାହେ ତଳେ, ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର୍ ସେକ୍ଟର୍ର ନିୟନ୍ତ୍ରଣ ରେଖା ନିକଟରେ ଏକ ଉଡ଼ନ୍ତା ଜିନିଷ ଦୃଶ୍ୟମାନ ହୋଇଥିଲା। ତାହା ଭାରତୀୟ ଅଞ୍ଚଳ ମଧ୍ୟରେ ଉଡୁଥିବା ଦେଖାଯାଇଥିଲା।
ଗତ ମାସରେ ମଧ୍ୟ ଜମ୍ମୁ ଓ କଶ୍ମୀରର କେରନ୍ ସେକ୍ଟର୍ର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତୀୟ ସେନା ପାକିସ୍ତାନ ସେନାର ଗୋଟାଏ କ୍ୱାଡୋକପ୍ଟର୍କୁ ଗୁଳି ମାରି ଖସାଇ ଦେଇଥିଲେ।