ଆସାମରେ ଅନୁପ୍ରବେଶକାରୀଙ୍କ ଉପରେ ଡ୍ରୋନ ମାଧ୍ୟମରେ ନଜର ରଖିବ ବିଏସଏଫ

ଗୌହାଟୀ: ସୀମା ସୁରକ୍ଷା ବଳ ବା ବିଏସଏଫ ଡ୍ରୋନ ମାଧ୍ୟମରେ ଅନୁପ୍ରବେଶକାରୀ ବା ବେଆଇନ ଚାଲାଣ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛି | ଆସାମର ଧୁବରୀ ଜିଲ୍ଲାରେ ଅବୈଧ ଅନୁପ୍ରବେଶକାରୀ ଓ ଚାଲାଣକାରୀଙ୍କ ଉପରେ ଏବେ ନଜର ରଖାଯିବାକୁ ବିଚାର କରାଯାଉଛି | ଏଥିପାଇଁ ଇସ୍ରାଏଲଠାରୁ ରିମୋଟ ମାଧ୍ୟମରେ କାର୍ଯ୍ୟକ୍ଷମ ହେଉଥିବା ଡ୍ରୋନ କିଣାଯାଇଛି | ବାଂଲାଦେଶ ଓ ଆସାମ ସୀମାରେ ବହୁ ଅଂଚଳ ଦେଇ ନଦୀ ଯାଇଥିବାରୁ ଏଠାରେ ବାଡ଼ ଲଗାଇବା ସମ୍ଭବ ହୋଇନଥାଏ |

Image Source: Zee News

ତେଣୁ ବିଏସଏଫ ଆକାଶ ଉପରୁ ନଜର ରଖିବା ପାଇଁ ଏଭଳି ବ୍ୟବସ୍ଥା କରିଛି | ବିଏସଏଫ ଗୌହାଟୀ କ୍ଷେତ୍ରର ମହାନିର୍ଦ୍ଦେଶକ ପିୟୁଷ ମୋଡି଼ କହିଛନ୍ତି ଯେ ଏହି ଡ୍ରୋନ ଉଭୟ ଦିନ ଓ ରାତିରେ କର୍ମ କରିବାକୁ ସକ୍ଷମ ବିଶେଷ କରି ରାତିରେ ପଶୁ ଓ ନିଶା ପଦାର୍ଥର ଚାଲାଣ ହେଉଥିବାରୁ ଡ୍ରୋନ ମାଧ୍ୟମରେ ନଜର ରଖାଯିବ |

ଏଠାରେ ସୂଚନା ଥାଉ କି ପୂର୍ବରୁ ପଞ୍ଜାବ ସୀମାରେ ପାକିସ୍ତାନ ପକ୍ଷରୁ ଆସୁଥିବା ଡ୍ରୋନକୁ ମୁକାବିଲା କରିବା ପାଇଁ ବିଏସଏଫ ଖୁବ ଶୀଘ୍ର ଆଣ୍ଟି ଡ୍ରୋନ ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଥିଲା | ଯାହାକି ଖୁବଶୀଘ୍ର କାର୍ଯ୍ୟକ୍ଷମ ମଧ୍ୟ ହେବ |

ସମ୍ବନ୍ଧିତ ଖବର