ଚଣ୍ଡିଗଡ଼ : ପଞ୍ଜାବର ତରନ ତରନ ଜିଲ୍ଲାର ଭାରତ-ପାକିସ୍ତାନ ସୀମା ନିକଟ ଏକ କ୍ଷେତରୁ ୫ କିଲୋଗ୍ରାମ ଓଜନର ହେରୋଇନ ଥିବା ଡ୍ରୋନ୍ ମିଳିଛି। ଶୁକ୍ରବାର ଦିନ ପଞ୍ଜାବ ପୁଲିସ ଏବଂ ସୀମା ସୁରକ୍ଷା ବାହିନୀର ମିଳିତ ଅପରେସନରେ ୬ଟି ରୋଟର୍ ବିଶିଷ୍ଟ ଅତ୍ୟାଧୁନିକ ହେକ୍ସାକପ୍ଟର ଡ୍ରୋନ୍ ଉଦ୍ଧାର କରାଯାଇଥିଲା ଏବଂ ସେଥିରେ ୫ କିଲୋଗ୍ରାମ ହେରୋଇନ ଥିବା ଏକ ପ୍ୟାକେଟ୍ ରହିଥିଲା। ପୁଲିସ ଏ ବାବଦରେ ଅଧିକ ତଦନ୍ତ ଜାରି ରଖିଛି ବୋଲି ଡିଜି ଗୌରବ ଯାଦବ ଟ୍ବିଟ୍ କରି କହିଛନ୍ତି। ଗତ ନଭେମ୍ବର ୨୮ରେ ଭାରତ-ପାକିସ୍ତାନ ସୀମାରେ ବିଏସ୍ଏଫ୍ ଦୁଇଟି ପାକିସ୍ତାନୀ ଡ୍ରୋନ୍କୁ ଗୁଳିକରି ଖସାଇଥିଲା।
ପାଞ୍ଚ କିଲୋଗ୍ରାମ ହେରୋଇନ୍ ଥିବା ଡ୍ରୋନ୍ ଜବତ
/sambad/media/post_attachments/wp-content/uploads/2022/12/drone.jpg)