ସଂଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଅ : ସୁରକ୍ଷା ବାହିନୀକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ପାକିସ୍ତାର ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଅବ୍ୟାହତ ରଖିଛି । କେବଳ କଶ୍ମୀର ନୁହେଁ ପଞ୍ଜାବରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଉଦ୍ୟମ କରୁଛି । ଏଥିପାଇଁ ଡ୍ରୋନ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ସୀମା ଏପାରିକୁ ପଠାଉଛି । ପୂର୍ବରୁ ମଧ୍ୟ ପାକିସ୍ତାନ ପଟୁ ନିଶାଦ୍ରବ୍ୟ ଏପାରିକୁ ଆସୁଥିବାବେଳେ ଏବେ ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଆସୁଛି । ଏହାକୁ ନେଇ ଭାରତୀୟ ସୁରକ୍ଷାବଳ ସତର୍କ ହୋଇଉଠିଛି ।

ଏସବୁ ସଂଦିଗ୍ଧ ଡ୍ରୋନ ଗୁଡିକୁ ମାରି ଖସାଇଦେବାକୁ ସେନା ଓ ପୁଲିସକୁ ସରକାର ଅନୁମତି ଦେଇଛନ୍ତି । ସୀମା ନିକଟରେ ୧୦୦୦ ଫୁଟ କିମ୍ବା ତଳେ ଉଡୁଥିବା ସଂଦିଗ୍ଧ ଡ୍ରୋନକୁ ଖସାଇଦେବାକୁ ଅନୁମତି ଦିଆଯାଇଛି । ତେବେ ୧୦୦୦ ଫୁଟ ଉଚ୍ଚରେ ଉଡୁଥିବା ଯାନକୁ ଗୁଳି କରିବାକୁ ସରକାରଙ୍କ ଅନୁମତି ଆବଶ୍ୟକ ହେବ । କାରଣ ଏହା ବିମାନ ମଧ୍ୟ ହୋଇପାରେ ।

ସମ୍ବନ୍ଧିତ ଖବର