ରାଷ୍ଟ୍ରପତି ଦୌଡ଼ରେ ଯଶବନ୍ତଙ୍କୁ ଢେର ପଛରେ ପକାଇ ଆଗକୁ ବଢିଚାଲିଛନ୍ତି ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଗଣନା ଚାଲିଛି। ଦ୍ୱିତୀୟ ରାଉଣ୍ଡରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗକୁ ବଢିଚାଲିଥିବାବେଳେ ବଡ ବିଜୟ ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି। ବର୍ତ୍ତମାନ ବିଧାୟକମାନଙ୍କର ଭୋଟ ଗଣତି ଚାଲିଛି | ତେବେ ତାଜା ସୂଚନା ମୁତାବକ ଦ୍ୱିତୀୟ ରାଉଣ୍ଡରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୮୮୬ଟି ଭୋଟ ଗଣନା ହୋଇସାରିଲାଣି | ଆଉ ଏଥିରୁ ଦ୍ରୌପଦୀଙ୍କୁ ୧୩୪୯ଟି ଭୋଟ ମିଳିଥିବାବେଳେ ଯଶବନ୍ତଙ୍କୁ ୫୩୭ଟି ଭୋଟ ମିଳିଛି | ଦ୍ରୌପଦୀଙ୍କୁ ସମୁଦାୟ ୪ ଲକ୍ଷ ୮୩ ହଜାର ୨୯୯ ମୂଲ୍ୟର ଭୋଟ ମିଳିଥିବାବେଳେ ଯଶବନ୍ତଙ୍କୁ ୧ ଲକ୍ଷ ୮୯ ହଜାର ୮୭୬ ମୂଲ୍ୟର ଭୋଟ ମିଳିଛି |

ସୂଚନା ଥାଉ କି କିଛି ସମୟ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସାଂସଦମାନଙ୍କ ଭୋଟ ଗଣନା ଶେଷ ହୋଇଥିଲା | ସମୁଦାୟ ୭୪୮ ସାଂସଦ ଭୋଟ ଦେଇଥିବା ବେଳେ ୫୪୦ଟି ଦ୍ରୌପଦୀଙ୍କ ସପକ୍ଷରେ ପଡ଼ିଛି। ସେହିପରି ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶବନ୍ତ ସିହ୍ନା ପାଇଛନ୍ତି ମାତ୍ର ୨୦୮ ଖଣ୍ଡ ଭୋଟ୍। ଏନଡିଏ ପ୍ରାର୍ଥୀଙ୍କ ଏହି ବଢ଼ତ ଆକଳନଠାରୁ ଯଥେଷ୍ଟ ଅଧିକ ରହିଛି ବୋଲି ରାଜନୈତିକ ବିଶାରଦମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର