ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜେଡିଏସ୍ ନେତା ଏଚ୍ଡି କୁମାରସ୍ବାମୀ ଆଜି ଦାବି କରିଛନ୍ତି ଯେ, ସକାଳ ୫ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ନାଇଟ୍ ବାର୍ ଗୁଡ଼ିକରେ ଡ୍ରଗ୍ସ ସେବନ କରାଯାଉଛି। ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା କନ୍ନଡ ସାଣ୍ଡାଲ୍ଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ସଦସ୍ୟଙ୍କୁ ସିସିବି (ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ୍) ତଦନ୍ତ କରୁଥିବା ପ୍ରସଙ୍ଗରେ କୁମାରସ୍ବାମୀଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ଏହାର ଏଭଳି ଉତ୍ତର ରଖିଛନ୍ତି। ବେଙ୍ଗାଲୁରୁର କିଛି ବ୍ୟବସାୟୀଙ୍କର ଶ୍ରୀଲଙ୍କାରେ କ୍ୟାସିନୋ ଥିବାବେଳେ ସେମାନଙ୍କର ଏହି ଡ୍ରଗ୍ସ ମାମଲାରେ ସମ୍ପୃକ୍ତି ଥିବାନେଇ ସିସିବି ତଦନ୍ତ ଚଳାଇଛି। ତେବେ କୁମାରସ୍ବାମୀ କହିଛନ୍ତି, କ୍ୟାସିନୋ କଥା କାହିଁକି କୁହାଯାଉଛି। ବେଙ୍ଗାଲୁରୁର କିଛି ନାଇଟ୍ ବାର୍ରେ ମଧ୍ୟ ସକାଳ ୫ଟା ପର୍ଯ୍ୟନ୍ତ ଡ୍ରଗ୍ସ ସଂକ୍ରାନ୍ତ କାର୍ଯ୍ୟକ୍ରମ ଚାଲିଛି। କୁମାରସ୍ବାମୀ କହିଛନ୍ତି, ବେଙ୍ଗାଲୁରୁର ମାଲ୍ୟା ରୋଡ୍ରେ ଯଦି ରାତି ୧୨ଟାରେ ଅତିକ୍ରମ କରିବ ତେବେ ତୁମେ ଜାଣିପାରିବନି ତୁମେ ଭାରତରେ ଅଛ ନା’ ଅନ୍ୟ କେଉଁଠି ଅଛ। ଗତ ରବିବାର କର୍ଣ୍ଣାଟକ ଗୃହମନ୍ତ୍ରୀ ବସଭରାଜ ବୋମାଇ କହିଥିଲେ, ରାଜ୍ୟରେ ଡ୍ରଗ୍ସ ସଂକ୍ରାନ୍ତ ସ୍ଥିତି ଅତି ଗମ୍ଭୀର ରହିଛି।
ବେଙ୍ଗାଲୁରୁ ନାଇଟ୍ କ୍ଲବ୍ରେ ଡ୍ରଗ୍ସ ସେବନ କରାଯାଉଛି: କୁମାରସ୍ବାମୀ
/sambad/media/post_attachments/wp-content/uploads/2019/07/Kumaraswamy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)