କେରଳ ଡ୍ରଗ୍ସ ରାଜଧାନୀ: ରାଜ୍ୟପାଳ

ନୂଆଦିଲ୍ଲୀ : ଡ୍ରଗ୍ସ ରାଜଧାନୀ ଭାବେ ପରିଚିତ ପଞ୍ଜାବକୁ ପଛରେ ପକାଇଛି କେରଳ। ଏଣିକି ପଞ୍ଜାବ ନୁହେଁ କେରଳ ହେଉଛି ଡ୍ରଗ୍ସ ରାଜଧାନୀ ବୋଲି କହିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଦକ୍ଷିଣ ରାଜ୍ୟର ରାଜସ୍ୱର ଦୁଇଟି ମୁଖ୍ୟ ଉତ୍ସ ହେଉଛି ଲଟେରୀ ଏବଂ ମଦ। ଏହା ଲଜ୍ଜାଜନକ ବିଷୟ ବୋଲି କହିଛନ୍ତି କେରଳ ରାଜ୍ୟପାଳ।

ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ବାମ ସରକାରଙ୍କ ସହ ବିବାଦ ଲାଗି ରହିଥିବା ବେଳେ ଖାନ କହିଛନ୍ତି ଯେ ସମସ୍ତେ ମଦ ସେବନ ବିରୋଧରେ ଅଭିଯାନ ଚଳାଇଥିବା ବେଳେ କେରଳ ଏହାର ବ୍ୟବହାରକୁ ଉତ୍ସାହିତ କରୁଛି। କେରଳର ବିକାଶ ପାଇଁ ଲଟେରୀ ଏବଂ ମଦ ଯଥେଷ୍ଟ ବୋଲି ଆମେ ନିଷ୍ପତ୍ତି ନେଇଛୁ। ଶତପ୍ରତିଶତ ସାକ୍ଷରତା ଥିବା ରାଜ୍ୟ ପାଇଁ କି ଲଜ୍ଜାଜନକ ପରିସ୍ଥିତି ବୋଲି କୋଚିରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଖାନ କହିଛନ୍ତି।

ସମ୍ବନ୍ଧିତ ଖବର