କୋଟିଏ ଟଙ୍କା ମୂଲ୍ୟର ଡ୍ରଗ୍ସ୍‌ ଜବତ, ୩ ଗିରଫ

ସିଲିଗୁଡି : ଗୁରୁବାର ବିଳମ୍ବିତ ରାତିରେ ସିଲିଗୁଡ଼ି ପୁଲିସର ଏକ ମିଳିତ ଅପରେସନ୍‌ରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ କୋଟିଏରୁ ଅଧିକ ଟଙ୍କାର ଡ୍ରଗ୍‌ ଜବତ କରାଯାଇଛି । ମାମଲାରେ ଜଡ଼ିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ସହିତ ଏକ ପିକଅପ୍ ଭ୍ୟାନ୍ ସହ ୮ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଗତରାତିରେ ମହମ୍ମଦ ଅନୁପମ ନାମକ ଜଣେ ସ୍ଥାନୀୟ ଯୁବକକୁ ଡ୍ରଗ୍‌ ଚୋରାଚାଲାଣ ମାମଲାରେ ଗିରଫ କରାଯାଇଥିବା ବେଳେ ତା’ଠାରୁ ବେଆଇନ ବନ୍ଧୁକ ଏବଂ ଗୁଳି ମଧ୍ୟ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର