ନୂଆଦିଲ୍ଲୀ: ଏନ୍ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶୁକ୍ରବାର ଦିନ ଦିଲ୍ଲୀରୁ ୮୦ କିଲୋଗ୍ରାମରୁ ଊର୍ଦ୍ଧ୍ବ କୋକେନ୍ ଜବତ କରିଛି। ଏହାର ମୂଲ୍ୟ ପାଖାପାଖି ୯୦୦ କୋଟି ହେବ। ଆଜି ଏନ୍ସିବି, ଭାରତୀୟ ନୌସେନା ଏବଂ ଗୁଜରାଟ ଏଟିଏସ୍ ଗୁଜରାଟ ଉପକୂଳରୁ ୭୦୦ କିଲୋଗ୍ରାମ ମେଟାମ୍ଫେଟାମାଇନ୍ ଜବତ କରିବା ଦିନ ହିଁ ଆଜି ପୁଣି ଦିଲ୍ଲୀରୁ ୯୦୦ କୋଟି ଟଙ୍କାର କୋକେନ୍ ଜବତ ହୋଇଛି। ପଶ୍ଚିମ ଦିଲ୍ଲୀର ନାଙ୍ଗଲୋଇ ଏବଂ ଜନକପୁରୀରେ ଆଜି ଏନ୍ସିବି ୮୨ କିଲୋଗ୍ରାମ କୋକେନ୍ ଜବତ କରିଛି। ଏକ କୋରିୟର ସେଣ୍ଟରରୁ ଏହି ନିଶାଦ୍ରବ୍ୟ ଜବତ କରାଯାଇଛି। ଏହାକୁ ଅଷ୍ଟ୍ରେଲିଆ ପଠାଇବାପାଇଁ ଯୋଜନା ହୋଇଥିଲା। ଗୋଟିଏ ଦିନରେ ୨ଟି ପ୍ରମୁଖ ନିଶା କାରବାରର ପର୍ଦ୍ଦାଫାସ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏନ୍ସିବିକୁ ଶୁଭେଚ୍ଛା ଜଣାଇଛନ୍ତି ।
ପୋରବନ୍ଦରରୁ ୮ ଇରାନୀ ନାଗରିକ ଗିରଫ
ଶାହ ନିଶା କାରବାର ବିରୋଧୀ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ନିଶା ରୢାକେଟ୍ ବିରୋଧରେ ଆମ ଅପରେସନ୍ ଜାରି ରହିବ। ଅନ୍ୟପକ୍ଷେ ଗୁଜରାଟରୁ ଆଜି ଜବତ ହୋଇଥିବା ନିଶାଦ୍ରବ୍ୟର ମୂଲ୍ୟ ୧୪୦୦ରୁ ୨୧୦୦ କୋଟି ହେବ ବୋଲି କୁହାଯାଉଛି। ଜବତ ହୋଇଥିବା ନିଶାଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ କିଲୋଗ୍ରାମ୍ ପିଛା ୨-୩ କୋଟି ଥିବାବେଳେ ଏହାର ମୋଟ୍ ମୂଲ୍ୟ ୧୪୦୦ରୁ ୨୧୦୦ କୋଟି ହେବ। ଏନ୍ସିପି ୭୦୦ କିଲୋଗ୍ରାମ ମେଟାମଫେଟାମାଇନ୍ ଜବତ କରିବା ସହ ଏହି ମାମଲାରେ ପୋରବନ୍ଦର ଉପକୂଳରେ ଥିବା ବିଦେଶୀ ଜାହାଜରୁ ୮ ଜଣ ଇରାନ ନାଗରିକଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/TkebvbIgLCbNwYMgALzS.jpg)