ଦୁର୍ଘଟଣା କରି ମୃତ୍ୟୁ ଘଟାଉଥିବା ମାତାଲ ଡ୍ରାଇଭର୍‌ଙ୍କୁ ହୋଇ ପାରେ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟି ଜୀବନ ହାନି କରାଉଥିବା ଡ୍ରାଇଭର୍‌ମାନଙ୍କ ନିମନ୍ତେ ସରକାର ଜେଲ୍‌ ଦଣ୍ଡର ସମୟ ସୀମା ୭ ବର୍ଷକୁ ବଢ଼ାଇବାକୁ ଯାଉଛନ୍ତି। ଏହାଛଡ଼ା ଯାନବାହନ ପଞ୍ଜିକରଣ ସମୟରେ ତୃତୀୟ ପକ୍ଷ ବୀମାକୁ ମଧ୍ୟ ବାଧ୍ୟତାମୂଳକ କରାଯିବ।

ସମ୍ପ୍ରତି ମୃତ୍ୟୁ ଘଟାଉଥିବା ମାତାଲ ଡ୍ରାଇଭର୍‌ମାନଙ୍କୁ ଧାରା ୩୦୪ ଏ ଅଧୀନରେ ବୁକ୍‌ କରାଯାଉଛି। ସେମାନେ ଦୁଇ ବର୍ଷ ଜେଲ୍‌ କିଂବା ଉଭୟ ଜେଲ୍‌ ଓ ଜରିମାନାରେ ଦଣ୍ଡିତ ହେଉଛନ୍ତି। କିନ୍ତୁ, ଏହି ଦଣ୍ଡ ବିଧାନ ଯଥେଷ୍ଟ ନୁହେଁ ବୋଲି ପୂର୍ବରୁ ସୁପ୍ରିମ୍‌ କୋର୍ଟ କହିବା ସହ ଏଭଳି ଅପରାଧ ପାଇଁ କଠୋର ଦଣ୍ଡ ବିଧାନ କରିବାକୁ ନିର୍ଦେଶ ଦେଇଛନ୍ତି।

ମୃତ୍ୟୁ ଘଟାଉଥିବା ମାତାଲ ଡ୍ରାଇଭର୍‌ମାନଙ୍କ ବିଚାର ‘କଲ୍‌ପାବ୍ଲ ହୋମିସାଇଡ୍‌’ ଆଧାରରେ କରାଯାଉ ବୋଲି ପୂର୍ବରୁ ଏକ ଷ୍ଟାଣ୍ଡିଙ୍ଗ୍‌ କମିଟି ପରିବହନ ମନ୍ତ୍ରାଳୟକୁ ସୁପାରିସ କରିଥିଲା। ଏହି ବିଚାରରେ ଅପରାଧୀଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ବିଧାନ କରାଯାଇ ଥାଏ। ପରେ ଏହି କମିଟି ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲା।

Image Courtesy of TOI

ଦେଶରେ ଚଳାଚଳ କରୁଥିବା ଅର୍ଦ୍ଧେକ ଯାନବାହନର ତୃତୀୟ ପକ୍ଷ ବୀମା ନାହିଁ। ଏଥିରୁ ଅଧିଂକାଶ ହେଉଛି ଦ୍ୱିଚକିଆ ଯାନ।

ତୃତୀୟ ପକ୍ଷ ବୀମା ହୋଇ ନ ଥିବା ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଅନୁକମ୍ପାମୂଳକ ରାଶି ମିଳେ ନାହିଁ। ସଡ଼କରେ ଯାତାୟାତ କରୁଥିବା ସମସ୍ତ ଯାନବାହନ ପାଇଁ ତୃତୀୟ ପକ୍ଷ ବୀମା ବାଧ୍ୟତାମୂଳକ।

ଶୁକ୍ରବାର ଦିନ ରାଜ୍ୟସଭାରେ ଦାଖଲ କରାଯାଇଥିବା ମୋଟର୍‌ ଭେଇକ୍ଲ୍‌ (ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌ ସମ୍ବନ୍ଧୀୟ ପାର୍ଲାମେଣ୍ଟାରି କମିଟିର ରିପୋର୍ଟ ଅନୁସାରେ, ଏଥିରେ ୧୫ଟି ମସସ୍ୟା ଉପରେ ଦୃଷ୍ଟି ଦିଆଯିବ ବୋଲି ସବ୍‌ଅର୍ଡିନେଟ୍‌ ଲେଜିସ୍‌ଲେସନ୍‌ ଏହା ପ୍ରସ୍ତୁତି କଲାବେଳେ ସଡ଼କ ପରିବହନ ମନ୍ତ୍ରାଳୟକୁ ସୂଚନା ଦିଆଯାଇଥିଲା।

ମଦ୍ୟପାନ କରି ଗାଡ଼ି ଚଳାଉ ଥିବା ଅବସ୍ଥାରେ ଦୁର୍ଘଟଣା କରି ଜୀବନ ହାନି କରୁଥିବା ଡ୍ରାଇଭର୍‌ମାନଙ୍କ ପାଇଁ ଜେଲ୍‌ ଦଣ୍ଡ ସାତ ବର୍ଷକୁ ବଢ଼ାଇବା ପାଇଁ ଏହି ୧୫ଟି ସମସ୍ୟା ଭିତରୁ ଗୋଟିକରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର