ପାନାଜୀ: ‘ନାଇଟ୍‌ କ୍ଲବ୍‌’ରେ ଜଣେ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗରେ ‘ଆଇପିଏସ୍‌’ ଅଫିସର୍‌ ଏ. କ‌ୋଆନ୍‌ଙ୍କୁ ଗୋଆ ସରକାର ବୁଧବ‌ାର ଦିନ କାର୍ଯ୍ୟରୁ ଅନ୍ତର କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

Advertisment

‘ଆଇପିଏସ୍‌’ ଅଫିସର୍‌ ଏ. କୋଆନ୍‌ ଗୋଆର ‘ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌’ (ଡିଆଇଜି) ଭାବେ ନିଯୁକ୍ତି ପାଇଥିଲେ। ବୁଧବାର ଦିନ ଗୋଆର ‘ଡିଜିପି’ ଯଶ୍‌ପାଲ୍‌ ସିଂହ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ସମସ୍ତ ତଥ୍ୟ ସହିତ ସେ ରାଜ୍ୟ ସରକାରଙ୍କ ନିକଟକୁ ଘଟଣା ସଂକ୍ରାନ୍ତରେ ରିପୋର୍ଟ ପଠାଇ ଦେଇଛନ୍ତି।

ବୁଧବାର ଦିନ ‘ଗୋଆ ଫର୍‌ୱାର୍ଡା ପାର୍ଟି’ର ବିଧାୟକ ବିଜୟ ସରଦେଶାଇ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବାରୁ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରତିଶ୍ରୁତି ଦେଇ କହିଲେ,ସୋମବାର ରାତିରେ ଗୋଟାଏ କ୍ଲବ୍‌ରେ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ସମ୍ପୃକ୍ତ ‘ଆଇପିଏସ୍‌’ ଅଫିସର୍‌ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଆଚରଣ ଅସହଣୀୟ।

publive-image Image Courtesy of India Today

କେଲାନ୍‌ଗ‌ୁଟେସ୍ଥିତ ଉକ୍ତ ନାଇଟ୍‌ କ୍ଲବ୍‌ରେ ଘଟିଥିବା ଘଟଣାର ଭିଡିଓ କ୍ଲିପ୍‌ ମଧ୍ୟ ଉଦ୍ଧାର କରାଯାଇଛି। କ୍ଲିପ୍‌ରେ ଦେଖାଯାଉଛି, ହ୍ୟାଟ୍‌ ପିନ୍ଧି ମଦ୍ୟପାନ କରୁଥିବା ‘ଡିଆଇଜି’ଙ୍କ ସହିତ ଜଣେ ଉତ୍‌କ୍ଷିପ୍ତା ମହିଳା ଯୁକ୍ତିତର୍କ କରୁଛନ୍ତି। ନାଇଟ୍‌ କ୍ଲବ୍‌ର ‘ବାଉନ୍‌ସର୍‌’ମାନେ (ଶାନ୍ତିଶୃଙ୍ଖଳା ରକ୍ଷାକାରୀ) ସେ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ସେଥିରେ ଆହୁରି ଦେଖାଯାଉଛି ତଳେ ପଡ଼ିଯାଇଥିବା ହ୍ୟାଟ୍‌କୁ ‘ଡିଆଇଜି’ ଉଠାଇ ନେଇ ପୁଣି ପିନ୍ଧୁଛନ୍ତି।

publive-image Image Courtesy of Times of India

ସୂଚନାଯୋଗ୍ୟ, ‘ଡିଆଇଜି’ କୋଆନ୍‌ ଅଗଷ୍ଟ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ମେଡିକାଲ୍‌ ଲିଭ୍‌ରେ (ଅସୁସ୍ଥତାଜନିତ ଛୁଟି) ଅଛନ୍ତି। ସେ ବାସ୍କୋରେ ରହୁଥିଲେ ବି ସେଠାରୁ ୪୦ କିଲୋମିଟର୍‌ ଦୂର ଉତ୍ତର ଗୋଆର ଲୋକପ୍ରିୟ ଟୁରିଷ୍ଟ୍‌ ସ୍ପଟ୍‌ କେଲାନ୍‌ଗୁଟେରେ ଥିବା ସେ ପବ୍‌ ବା ନାଇଟ୍‌ କ୍ଲବ୍‌କୁ ଯାଇଥିଲେ।