ନୋଏଡା : ନୋଏଡାରେ ଜଣେ ଯୁବକ ନିଶାଗ୍ରସ୍ତ ଥିବା ସମୟରେ ଯେଉଁ ଭୁଲ କରିଥିଲେ ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ନିଜ ପ୍ୟାଣ୍ଟ ପକେଟରେ ବନ୍ଧୁକ ରଖିଥିବା ଯୁବକ ଶୌଚାଳୟ ଯାଇଥିବା ବେଳେ ହଠାତ୍ ଗୁଳି ଫୁଟି ଯାଇଥିଲା । ଯାହା ତାଙ୍କ ଗୁପ୍ତାଙ୍ଗରେ ଯାଇ ବାଜିବାରୁ ସେ ଅଚେତ୍ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ଡ଼ାକ୍ତରଖାନା ନେଇ ଯିବା ପରେ ଡ଼ାକ୍ତର ଯୁବକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଗୁପ୍ତାଙ୍ଗକୁ ଅଧା କାଟିଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2019/03/pistl-1552375321-300x225.jpg)
ସୂଚନା ମୁତାବକ, ଶନିବାର ଦିଲ୍ଲୀରୁ ଗ୍ରେଟର ନୋଏଡାକୁ ଏକ ବରଯାତ୍ରୀ ଦଳ ଯାଇଥିଲା । ବରଯାତ୍ରୀରେ ଯାଇଥିବା ବରର ସାଙ୍ଗ ଶୌଚାଳୟ ଯିବା ପରେ ହଠାତ୍ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଅନ୍ୟ ବରଯାତ୍ରୀ ଦୌଡ଼ି ଆସିବା ପରେ ଯୁବକଙ୍କ ଗୁପ୍ତାଙ୍ଗରେ ଗୁଳି ବାଜିଥିବା ଦେଖିଥିଲେ। ଯାହା ପରେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯିବା ସହ ବଞ୍ଚାଇବା ପାଇଁ ଡ଼ାକ୍ତର ତାଙ୍କର ଅଧା ଗୁପ୍ତାଙ୍ଗକୁ କାଟି ଦେଇଥିଲେ । ଏ ନେଇ ପୁଲିସକୁ କୌଣସି ଖବର ଦିଆ ଯାଇନଥିବା ଜଣା ପଡ଼ିଛି । ଘଟଣା ଘଟିବା ସମୟରେ ଯୁବକ ଅଧିକ ନିଶାଗ୍ରସ୍ତ ଥିବାରୁ ଭୁଲବଶତଃ ନିଜେ ଗୁଳି ଚଳାଇ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।