ଭୋପାଳ: ମଧ୍ୟପ୍ରଦେଶରେ ଜଣେ ଯୁବକ କରିଥିବା କାମ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କିଭଳି ମଦ ନ ମିଳିବାରୁ ଯୁବକଜଣଙ୍କ ପୁଲିସକୁ ଡ଼କାଇ ନିଜର ଅଭିଯୋଗ ରଖିଥିଲେ ଓ ପରେ ପୁଲିସ ଯୁବକଙ୍କ ଅଭିଯୋଗ ଉପରେ କିଭଳି ପ୍ରତିକ୍ରିୟା ରଖିଥିଲା, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାଇରାଲ ଭିଡିଓରେ ଦେଖାଯାଇଛି କି, ପୁଲିସକର୍ମୀ ଯୁବକଙ୍କୁ ତାଙ୍କ ନାଁ ପଚାରୁଛନ୍ତି। ପୁଲିସ ବାବୁଙ୍କ ପ୍ରଶ୍ନ ଶୁଣି ଯୁବକ ନିଜର ନାଁ ସଚ୍ଚିନ ବୋଲି କହୁଛି। ଏହା ପରେ ପୁଲିସ ୧୦୦ନମ୍ବର ଡାଏଲ କରି କ’ଣ ପାଇଁ ପୁଲିସକୁ ଡ଼କାଇଲ ବୋଲି ପଚାରିବା ପରେ ଦାଦା ମଦ ନଦେବାରୁ ମୁଁ ଆପଣଙ୍କୁ ଡ଼ାକିଛି ବୋଲି କହିଥିଲେ ଯୁବକ।

Advertisment

Image result for drunk-man-call-police-dial-100-to-get-him-liquor-madhya-pradesh-video-viral-on-social-media Indiatimes.com

ସୂଚନା ମୁତାବକ, ସଚ୍ଚିନଙ୍କ ଦାଦା ମଦ ଦୋକାନ କରିଥିବା ବେଳେ ସଚ୍ଚିନ ତାଙ୍କୁ ପିଇବା ପାଇଁ ମଦ ମାଗିଥିଲେ। କିନ୍ତୁ ସଚ୍ଚିନଙ୍କ ଦାଦା ଦେବା ପାଇଁ ମନା କରି ଦେଇଥିଲେ। ଯାହା ପରେ ସେ ପୁଲିସକୁ ଡ଼କାଇଥିଲେ। ପୂରା ଘଟଣା ଜାଣି ଯେତେବେଳେ ପୁଲିସ କ’ଣ ଚାହୁଁଛ ବୋଲି ପଚାରିଥିଲେ, ସେତେବେଳେ ସଚ୍ଚିନ କହିଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ମୋତେ ମଦ ଦରକାର। ସଚ୍ଚିନଙ୍କଠାରୁ ଏଭଳି କଥା ଶୁଣି ଜୋରରେ ପୁଲିସକର୍ମୀମାନେ ହସୁଥିବାର ଭିଡିଓରେ ଶୁଣିବାକୁ ମିଳିଥିଲା।