ଯାତ୍ରୀଙ୍କୁ ଆଣିବାକୁ ଯାଇ ଶୋଇ ପଡ଼ିଲେ ଉବେର ଚାଳକ, ନିଜେ ଗାଡ଼ି ଚଳାଇ ବିମାନ ବନ୍ଦରରୁ ଘରକୁ ଆସିଲେ ଯାତ୍ରୀ, ଫଟୋ ହେଲା ଭାଇରାଲ 

ବେଙ୍ଗାଲୁରୁ: ବାହାରୁ ଆସୁଥିବା ଯାତ୍ରମାନଙ୍କୁ ବା ଲୋକମାନଙ୍କ ଯାତାୟାତର ସୁବିଧା ପାଇଁ ଆପ୍‌ ମାଧ୍ୟମରେ ଗାଡ଼ି ବୁକ୍‌ କରିବାର ସୁବିଧା ଆରମ୍ଭ କରାଯାଇଥିବା ବେଳେ ଏହାକୁ ଆରମ୍ଭ କରାଯିବା ପଛର ଲକ୍ଷ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇ ପାରି ନାହିଁ । ଓଲା ଏବଂ ଉବେର ଭଳି କମ୍ପାନି ଦେଉଥିବା ଏହି ସୁବିଧା ଉପରେ ଦେଶର ପ୍ରତିକୋଣରୁ ଅନେକ ଅଭିଯୋଗ ଆସୁଥିଲେ ମଧ୍ୟ କମ୍ପାନି ତରଫରୁ ଏ ନେଇ କୌଣସି ସ୍ଥାୟୀ ସମାଧାନ କରାଯାଇ ନାହିଁ । ଯାହାର ସଦ୍ୟତମ ଉଦାହରଣ ପାଲଟିଛି, ବେଙ୍ଗାଲୁରୁରେ ଘ୍‌ଖଟିଥିବା ଏହି ଘଟଣା ।

ସୂଚନା ମୁତାବକ, ସୂର୍ଯ୍ୟ ଓରୁଗାନ୍ତି ନାମକ ଜଣେ ଯୁବକ ବେଙ୍ଗାଲୁରୁ ବିମାନ ବନ୍ଦରରୁ ନିଜ ଘରକୁ ଯିବା ପାଇଁ ଉବେର କ୍ୟାବ୍‌ ବୁକ୍‌ କରିଥିବା ବେଳେ ଠିକ୍‌ ସମୟରେ ଆସି ପହଞ୍ଚିଥିଲା ଗାଡ଼ି । କିନ୍ତୁ ଗାଡ଼ି ଭିତରେ ଥିବା ଚାଳକର ମୁହଁ ଏବଂ ଆପ୍‌ରେ ଦେଖା ଯାଉଥିବା ଚାଳକର ମୁହଁ ସଂପୂର୍ଣ୍ଣ ଅଲଗା ଥିବା ଦେଖିଥିଲେ ସୂର୍ଯ୍ୟ । ଏହା ସହ ଚାଳକ ଜଣଙ୍କ ମଦ ନିଶାରେ ଥିବା ସହ ଅଧା ନିଦରେ ଥିବା ଦେଖି ସୂର୍ଯ୍ୟ ନିଜେ ଗାଡ଼ି ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । ଚାଳକକୁ ପଛ ସିଟ୍‌ରେ ବସାଇ ସୂର୍ଯ୍ୟ ନିଜେ ଗାଡ଼ି ଚଳାଇ ଘରେ ପହଞ୍ଚିଥିବା ସହ ଚାଳକର ଏକ ଫଟୋ ଉଠାଇ କମ୍ପାନିକୁ ଟ୍ଵିଟ୍‌ କରି ଏ ନେଇ ଜଣାଇଥିଲେ । ଏଭଳି ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ ବୋଲି ସୂର୍ଯ୍ୟ କମ୍ପାନିକୁ ଟ୍ଵିଟ୍‌ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର