ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଥିବା ବ୍ୟସ୍ତବହୁଳ ଦାଦର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଟ୍ରେନରୁ ଲୁଟ ଉଦ୍ୟମକୁ ପ୍ରତିରୋଧ କରିବା ପରେ ଜଣେ ମହିଳା ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ଭଳି ସଂଗୀନ ମାମଲା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ରବିବାର ରାତିରେ ବେଙ୍ଗାଲୁରୁ-ମୁମ୍ବାଇ ଉଦୟନ୍ ଏକ୍ସପ୍ରେସରେ ଏହି ଘଟଣା ଘଟିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରବିବାର ରାତି ପ୍ରାୟ ୮.୩୦ ସମୟରେ ଟ୍ରେନ୍ ଦାଦର ଷ୍ଟେସନରୁ ଯାଉଥିବାବେଳେ ଜଣେ ବ୍ୟକ୍ତି ଏକ ବଗିରେ ଚଢ଼ିଯାଇଥିଲେ ଓ ସେଠାରେ ଥିବା ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିଥିଲେ | ଏହି ବ୍ୟକ୍ତି ଜଣକ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେଇଥିଲେ। ତେବେ ପୀଡିତା ଜଣକ ଡକାୟତି ଉଦ୍ୟମକୁ ବିରୋଧ କରୁଥିବା ବେଳେ ଅଭିଯୁକ୍ତ ଟ୍ରେନରୁ ଠେଲିଦେଇ ପଳାଇ ଯାଇଥିଲେ |
ତେବେ ସୌଭାଗ୍ୟବଶତଃ ମହିଳାଙ୍କର କୌଣସି କ୍ଷତି ହୋଇନଥିଲା | ପୀଡିତା ମହିଳାଙ୍କ ବୟସ ପ୍ରାୟ ୩୦ ବର୍ଷ ହୋଇଥିବାବେଳେ ଏହା ପରେ ମହିଳା ଜଣକ ଜିଆରପି ନିକଟରେ ଏନେଇ ଅଭିଯୋଗ କରିଥିଲେ । ଏହାପରେ ଜିଆରପି ପକ୍ଷରୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା | ଏହା ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ପ୍ରଚୁର ମଦ୍ୟପାନ କରି ଏଭଳି ଘଟଣା ଘଟାଇଥିଲେ |