ଆମେରିକା,ଇଂଲଣ୍ଡ ଓ ଋଷ ସହ ସମକକ୍ଷ ହେଲା ଭାରତ, ନୌସେନାରେ ସାମିଲ ହେଲା ନୂଆ ପୋତ

ବିଶାଖାପାଟଣା: ବୁଧବାର ଭାଇଜାଗରେ ନୌସେନା ପକ୍ଷରୁ ବୁଡ଼ାଜାହାଜ ସୁରକ୍ଷା ପୋତର ସଫଳ ପରୀକ୍ଷଣ କରାଯାଇଛି | ଏହି ପୋତଟି ବୁଡ଼ାଜାହାଜ ଦୁର୍ଘଟଣା ହେଲେ ସେଥିରୁ ସଫଳତାର ସହ ନୌକର୍ମଚାରୀଙ୍କ ଉଦ୍ଧାର କରିପାରିବ | ଏହି ପୋତଟି ଗଭୀର ସମୁଦ୍ରକୁ ଯିବା ସହ ପ୍ରତିକୂଳ ପରିସ୍ଥିତିରେ ସମୁଦ୍ରରେ ଫସିରହିଥିବା ଲୋକଙ୍କୁ ବଞ୍ଚାଇପାରିବ |

ଭାରତୀୟ ନୌସେନାରେ ଏହି ପୋତ ସାମିଲ ହେବା ପରେ ଭାରତ ଆମେରିକା,ଇଂଲଣ୍ଡ, ଋଷ, ଚୀନ,ଫ୍ରାନ୍ସ ଓ ଜର୍ମାନୀ ସମକକ୍ଷ ହୋଇପାରିଛି | ଏହି ଦେଶ ମାନଙ୍କ ପାଖରେ ପୂର୍ବରୁ ବୁଡ଼ାଜାହାଜ ସୁରକ୍ଷା ପୋତ ରହିଛି | ଏହି ପୋତରେ ଅତ୍ୟାଧୁନିକ ଟେକନିକ ସହ ବୁଡ଼ିଯାଉଥିବା ଜାହାଜରୁ ଲୋକଙ୍କୁ ଉଦ୍ଧାର କରିବାର ସ୍ୱତନ୍ତ୍ର କ୍ଷମତା ରହିଛି |

ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ
ଓଜନ: ୩୩ଟନ, ଖର୍ଚ୍ଚ: ୨୦୦୦ କୋଟି ଟଙ୍କା | ଅତ୍ୟାଧୁନିକ ଟେକନିକର ଉପଯୋଗ ବୁଡିଯାଉଥିବା ଜାହାଜର ଫଟୋ ଉତ୍ତୋଳନ କରିବାକୁ ସକ୍ଷମ | ସମୁଦ୍ର ଭିତରୁ କରିପାରିବ ସିଧାପ୍ରସାରଣ | ଥରକରେ ୧୪ ଲୋକଙ୍କୁ ଉଦ୍ଧାର କରିବାକୁ ସକ୍ଷମ | ବିମାନ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କରିହେବ ପରିବହନ |

ଏଠାରେ ସୂଚନା ଥାଉ କି ଡିସେମ୍ବର ୧୩ ତାରିଖ, ୨୦୧୮ ମସିହାରେ ଏହାକୁ ନୌସେନାରେ ସାମିଲ କରାଯାଇଥିଲା |

ସମ୍ବନ୍ଧିତ ଖବର