ନୂଆଦିଲ୍ଲୀ: ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଯାତ୍ରୀବାହୀ ବସ ଆଖିପିଛୁଳାକେ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଜୀବନବିକଳରେ ତଳକୁ ଓହ୍ଲାଇ ପଡ଼ିଥିଲେ। 

Advertisment

ବସ୍‌ରେ ହଠାତ ଏଭଳି ନିଆଁ ଲାଗିବା କାରଣରୁ ଜଗତପୁରୀ, ପ୍ରୀତି ବିହାର ଏବଂ ପଟପଡଙ୍ଗଞ୍ଜ ଅଞ୍ଚଳରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ଲାଗି ଯାଇଥିଲା। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ବାଇକ ଚାଳକ ବସରେ‌ ଲାଗିଥିବା ନିଆଁ ସମ୍ପର୍କରେ ଚାଳକଙ୍କୁ ସୂଚନା ଦେଇଥିଲେ। 

ବାଇକ ଚାଳକଙ୍କ ଠାରୁ ବସରେ ନିଆଁ ଲାଗିବା ଖବର ପାଇବା ପରେ ଚାଳକ ତୁରନ୍ତ ବସକୁ ଅଟକାଇ ଦେଇଥିଲେ। ଏଥିସହିତ ଯାତ୍ରୀମାନଙ୍କୁ ବସରୁ ବାହାରକୁ ବାହାରିବା ପାଇଁ ତୁରନ୍ତ ସୂଚନା ଦେଇଥିଲେ।  ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପ‌ରେ ଦମକାଳବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀଙ୍କୁ କି ବସ ଚାଳକଙ୍କୁ କୌଣସି ପ୍ରକାର ଆଘାତ ପହଞ୍ଚି ନଥିବା ଜଣାପଡ଼ିଛି।

ଏହି ଘଟଣାର ଏକ ଭିଡିଓ ସାଞମ୍ନାକୁ ଆସିଛି। ଯେଉଁଥିରେ ବସଟି ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯିବା ସହିତ ଯାତ୍ରୀମାନେ ପଳେଇ ଚାଲ ପଲେଇ ବୋଲି କହୁଥିବା ଶୁଣିବାକୁ ମିଳୁଛି।