ନୂଆଦିଲ୍ଲୀ: ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ସୋସିଆଲ ମିଡିଆରେ ତଲାକ୍ ଦେଇଛନ୍ତି।
ଦୁଇମାସ ତଳେ ମା’ ହୋଇଥିବା ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ଶେଖା ମାହରା ବିନ୍ତ ଇନଷ୍ଟାଗ୍ରାମରେ ସ୍ବାମୀ ଶେଖ ମନା ବିନ ମକତୁମଙ୍କୁ ତଲାକ ଦେଇଛନ୍ତି। ଆଉ କହିଛନ୍ତି, ‘ପ୍ରିୟର ସ୍ବାମୀ.. ଯେମିତି କି ଆପଣ ଅନ୍ୟ ଲୋକଙ୍କ ସହିତ ବ୍ୟସ୍ତ ଅଛନ୍ତି। ଏହି ବ୍ୟସ୍ତତା ଭିତରେ ମୁଁ ଆପଣଙ୍କୁ ତଲାକ ଦେଉଛି। ମୁଁ ଆପଣଙ୍କୁ ତଲାକ ଦେଉଛି। ମୁଁ ଆପଣଙ୍କୁ ତଲାକ ଦେଉଛି। ନିଜର ଧ୍ୟାନ ରଖିବ। ଆପଣଙ୍କ ପୂର୍ବତନ ପତ୍ନୀ।’
View this post on Instagram
୧୯୯୪ ମସିହାରେ ଜନ୍ମ ହୋଇଥିବା ମାହରା ଗତବର୍ଷ ମଇ ୨୭ ତାରିଖରେ ଶେଖ ମନା ବିନ ମକତୁମଙ୍କୁ ବିବାହ କରିଥିଲେ। ବିବାହର ୫ମାସ ପରେ ସେ ଅନ୍ତସତ୍ତ୍ବା ଥିବା ଖବରକୁ ସୋସିଆଲ ମିଡିଆ ଜରିଆରେ ଜଣାଇଥିଲେ। ଏମିତି କି ସେ ତାଙ୍କ ଅଲଟ୍ରାସାଉଣ୍ଡ ସ୍କାନର ଫଟୋ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରି କହିଥିଲେ, ‘କେବଳ ଆମେ ତିନ।’
View this post on Instagram
ଏହି କ୍ରମରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପରେ ମାହରା ତାଙ୍କ ଝିଅ ହିନ୍ଦଙ୍କ ସହିତ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ଏବେ ଆମେ ଦୁଇ’।