ଦେଖୁଦେଖୁ ସବୁଜ ହୋଇଗଲା ଆକାଶର ରଙ୍ଗ: ଭିଡିଓ ଭାଇରାଲ

ଦୁବାଇ: ଦୁବାଇରେ ୭୫ ବର୍ଷ ମଧ୍ୟରେ ଗତମଙ୍ଗଳବାର ପ୍ରବଳ ବର୍ଷା ହୋଇଥିଲ‌ା। ଏହି ବର୍ଷାରେ ଅନେକ ସ୍ଥାନ ବୁଡ଼ି ଯାଇଥିଲା। ଦୁବାଇରେ ହୋଇଥିବା ପ୍ରବଳ ବର୍ଷାର ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏଥିମଧ୍ୟରୁ ୨୩ ସେକେଣ୍ଡର ଏକ ଭିଡିଓ ଚର୍ଚ୍ଚାରେ ରହିଛି।

ଏହି ଭିଡିଓ କ୍ୟାପସନରେ ଲେଖା ହୋଇଛି, ଦୁବାଇରେ ଆକାଶ ସବୁଜ ହୋଇଯାଉଛି! ଆଜି ଦୁବାଇକୁ ଆସିଥିବା ଝଡ଼ର ପ୍ରକୃତ ଦୃଶ୍ୟ। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ହଠାତ ଦୁବାଇ ଆକଶ ସବୁଜ ହୋଇଯାଉଛି। ଏହାପରେ ପ୍ରବଳ ଝଡ଼ ସାଙ୍ଗକୁ ବିଜୁଳି ବି ମାରୁଛି।

 

ତେବେ ଏହି ଘଟଣାର ବୈଜ୍ଞାନିକ କାରଣ ରହିଛି। ଆକାଶ ସବୁଜ ହୋଇଯିବା ସାଧାରଣ କଥା ନୁହେଁ। ଏମିତି ଆକାଶ ସବୁଜ ସେତେବେଳେ ହୋଇଥାଏ ଯେତେବେଳେ ଆକାଶରେ ପଡିଥିବା ରଶ୍ମି ବାୟୁମଣ୍ଡଳ ଦ୍ୱାରା ବାଦଲରେ ବରଫର ବିନ୍ଦୁଗୁଡିକୁ ଚମକାଇଥାଏ।

ବରଫର ବିନ୍ଦୁ ମୁଖ୍ୟତଃ ନୀଳ ରଙ୍ଗର ରଶ୍ମି ହୋଇଥାଏ। ଯେତେବେଳେ ବାୟୁମଣ୍ଡଳରେ ପଡିଥିବା ଲାଲ ରଶ୍ମି ବାଦଲରେ ବରଫର ବୁନ୍ଦାକୁ ଚମକାଏ, ସେତେବେଳେ ତାହା ସବୁଜ ରଙ୍ଗ ଭଳି ଚମକି ଥାଏ। ଏମିତି ଘଟଣା କିଛି ବିଶେଷ ପରିସ୍ଥିତିରେ ଘଟିଥାଏ। ଏଭଳି କ୍ଷେତ୍ରରେ ଦିନରେ ବି ପରିବେଶ ରାତି ଭଳି ଅନ୍ଧାର ହୋଇଯାଇଥାଏ।

ସମ୍ବନ୍ଧିତ ଖବର