୩୧ ମିଲିୟନ ପାଉଣ୍ଡ୍‌ ଓ ଦୁଇ ପିଲାଙ୍କ ସହ ‘ୟୁଏଇ’ରୁ ଖସିଗଲେ ଦୁବାଇର ରାଜକୁମାରୀ ହାୟା

ଲଣ୍ଡନ: ବିବାହ ବିଚ୍ଛେଦ ହେବା ପରେ ଦୁବାଇର ଅରବପତି ଶାସକଙ୍କ ଷଷ୍ଠ-ପତ୍ନୀ ରାଜକୁମାରୀ ହାୟା ବିନ୍ତ୍‌ ଅଲ୍‌ ହୁସେନ୍‌ ୩୧ ନିୟୁତ ପାଉଣ୍ଡ୍‌ ଏବଂ ସେମାନଙ୍କର ଦୁଇ ପିଲାଙ୍କୁ ଧରି ୟୁନାଇଡେଟ୍‌ ଆରବ ଏମିରେଟ୍‌ସ୍‌ରୁ ଖସି ପଳାଇଛନ୍ତି।

ଗଣମାଧ୍ୟମ ଖବର ଅନୁସାରେ, ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌ର ଉପରାଷ୍ଟ୍ର ପତି ତଥା ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ରଶିଦ ଅଲ୍‌ ମକ୍‌ତୌମ୍‌ଙ୍କ ପତ୍ନୀ ଲଣ୍ଡନରେ ଆତ୍ମଗୋପନ କରିଥିବା ବିଶ୍ୱାସ କରାଯାଉଛି।

Image Source: Times of India

ଦୁଇ ପିଲା ୧୧ ବର୍ଷୀୟ ଜଲିଲା ଏବଂ ୭ ବର୍ଷିୟ ଜାୟେଦ୍‌ଙ୍କୁ ଧରି ପ୍ରଥମେ ଜର୍ମାନିକୁ ଖସି ପଳାଇ ଯାଇ ସେଠାରେ ରାଜନୈତିକ ଆଶ୍ରୟ ପାଇଁ ଅନୁରୋଧ କରିଥିବା ଜୋର୍ଡାନ୍‌ର ରାଜା ଅବ୍‌ଦୁଲ୍ଲାଙ୍କର ସେ ସାବତ ଭଉଣୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।

ନୂତନ ଜୀବନ ଆରମ୍ଭ କରିବାକୁ ସେ ୩୧ ମିଲିୟନ୍‌ ପାଉଣ୍ଡ୍‌ ନେଇ ଯାଇଥିବା ବିଶ୍ୱାସ କରାଯାଉଛି।

ଅସ୍‌ଫୋର୍ଡ ଶିକ୍ଷିତା ରାଜଜେମା ହାୟା ୨୦ ମେ ଠାରୁ ସର୍ବସାଧାରରେ ଦେଖାଯାଉ ନ ଥିଲେ ଏବଂ ଦାତବ୍ୟ ସେବା ସଂକ୍ରାନ୍ତ ଫଟୋରେ ପୂର୍ଣ୍ଣ ହେଉଥିବା ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ମଧ୍ୟ ଫେବ୍ରୁଆରି ମାସ ଠାରୁ ବନ୍ଦ ରହିଛି।

ସମ୍ବନ୍ଧିତ ଖବର