ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଫସିଥିବା ପାକ୍‌ ମୂଳର ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ

ନୂଆଦିଲ୍ଲୀ :ପାକିସ୍ତାନର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଜଣେ ପାକ୍‌ ମୂଳର ମହିଳାଙ୍କୁ ତିନି ମାସ ଯାଏଁ ପଡୋଶୀ ଦେଶରେ ରହିବାକୁ ପଡ଼ିଥିଲା। ପ୍ରାୟ ତିନି ମାସ ପରେ ଏହି ପାକିସ୍ତାନୀ ମହିଳା ସୁମୈରା ଫାରୁକୀ ଭାରତ ଆସି ହାଇଦ୍ରାବାଦରେ ସ୍ୱାମୀଙ୍କୁ ଭେଟିବାର ସୁଯୋଗ ପାଇଲେ।

ଏହାପରେ ଖୁସିରେ ଗଦ୍‌ଗଦ ହୋଇ ଉଠିଛନ୍ତି ଉକ୍ତ ମହିଳା। ସୁମୈରା ସ୍ୱାମୀ ଓ ଦୁଇ ସନ୍ତାନ ମିଳିତ ଭାବେ ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁମୈରା ଭାରତ ଫେରିବାରେ ତାଙ୍କୁ ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସହାୟତା କରିଥିବା ହେତୁ ସୁଷମାଙ୍କୁ ବି ନିଜର କୃତଜ୍ଞତା ଜଣାଇଛନ୍ତି।

photo-zeenews

ସୁମୈରା କହିଛନ୍ତି ଯେ ସେ ନିଜ ପରିବାର ସହିତ ଇଦ୍‌ ପାଳିଥିବାରୁ ଖୁବ୍‌ ଖୁସି। ତାଙ୍କୁ ଏହି ସୁଯୋଗ ପ୍ରଧାନମନ୍ତ୍ରୀ ମୋଦୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଦେଇଛନ୍ତି ।ପାକିସ୍ତାନୀ ମୂଳର ସୁମୈରା ଗତ ୨୦୧୮ ଡିସେମ୍ବର ୨୮ ତାରିଖରେ ନିଜର ରୋଗଗ୍ରସ୍ତ ପିତାଙ୍କୁ ଭେଟିବା ଲାଗି ପାକିସ୍ତାନ ଯାଇଥିଲେ। ସୁମୈରାଙ୍କ ବାହାଘର ୨୦୧୧ ମସିହାରେ ହାଇଦ୍ରାବାଦର ଏଜାଜ୍‌ ମୋହିୟୁଦ୍ଦିନଙ୍କ ସହିତ ହୋଇଥିଲା।

ସମ୍ବନ୍ଧିତ ଖବର