ଯୌତୁକରେ ୨ ଲକ୍ଷ ଟଙ୍କା ନ ଦେବାରୁ ବିବାହ କରିବାକୁ ଆସିଲାନି ବର

ମୁରାଦବାଦ: ଉତ୍ତରପ୍ରଦେଶର ମୁରାଦବାଦରେ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି | କନ୍ୟା ଘର ପକ୍ଷରୁ ୨ ଲକ୍ଷ ଟଙ୍କାର ଅଗ୍ରୀମ ଯୌତୁକ ନ ଦିଆଯିବାରୁ ବର ପକ୍ଷ ବିବାହ ମଣ୍ଡପକୁ ନ ଆସିବା ସହ ବିବାହ ପାଇଁ ମନା କରିଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ମୁରାଦବାଦର ଜବାହର କଲୋନୀରେ ଜଣେ ଯୁବତୀଙ୍କ ବିବାହ ସିଭିଲ କଲୋନୀର ଅମିତ କୁମାରଙ୍କ ସହ ହେବାର ଥିଲା |

ତେବେ ବିବାହ ପୂର୍ବରୁ ଅମିତ କୁମାରଙ୍କର ପରିବାର ପକ୍ଷରୁ ୨ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲେ | ବିବାହ ପୂର୍ବରୁ ସମସ୍ତ ଟଙ୍କା ଦେବାକୁ ସର୍ତ୍ତ ମଧ୍ୟ ରଖିଥିଲେ | ତେବେ ଏହି ଯୁବତୀଙ୍କ ପରିବାର ଟଙ୍କା ଯୋଗାଡ କରି ଦେବାକୁ କହିଥିଲେ | ଏହା ପରେ ବର ପକ୍ଷ ରାଜି ହୋଇଥିଲେ | କିନ୍ତୁ ବିବାହ ଦିନ ଅମିତ କୁମାରଙ୍କ ପରିବାର ବିବାହ ମଣ୍ଡପକୁ ଆସିନଥିଲେ |

ପ୍ରଥମେ ଟଙ୍କା ଦେଲେ ହିଁ ବିବାହ କାର୍ଯ୍ୟ ସମାପନ ହେବ ବୋଲି କହିଥିଲେ | ଯାହାକୁ ନେଇ ଯୁବତୀଙ୍କ ସହ ତାଙ୍କ ପରିବାର ଲୋକ ଭାଙ୍ଗିପଡିଥିଲେ | ଯୁବତୀଙ୍କ ପରିବାର ଲୋକ ତୁରନ୍ତ ଥାନାକୁ ଯାଇ ବରଙ୍କ ସହ ତାଙ୍କ ପରିବାର ବିରୋଧରେ ଏତଲା ଦେଇଥିଲେ | ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର