ପ୍ରସବ କରାଇବା ସମୟରେ ଫୋନ ଦେଖିବାରେ ବ୍ୟସ୍ତ ହୋଇଗଲେ ମହିଳା ଡାକ୍ତର, ଗର୍ଭରୁ ବାହାରି ଡ଼ଷ୍ଟବିନ୍‌ରେ ଯାଇ ପଡ଼ିଲା ନବଜାତ

ଶାହାଜାହାନ୍‌ପୁର : ଉତ୍ତରପ୍ରଦେଶର ସରକାରୀ ଡ଼ାକ୍ତରଖାନାରେ ଜଣେ ମହିଳା ଡ଼ାକ୍ତରଙ୍କ ଭୁଲ ପାଇଁ ନବଜାତ ଶିଶୁଟିଏ ମୃତ୍ୟୁ ସହ ସଂଗ୍ରାମ କରୁଛି । ଏହି ଘଟଣାଟି ଶାହାଜାହନପୁରରେ ଘଟିଥିବା ବେଳେ ନବଜାତର ଅବସ୍ଥାକୁ ଏବେ ଗୁରୁତର ଥିବା ଜଣାପଡ଼ିଛି । ଜଣେ ମହିଳାଙ୍କୁ ସରକାରୀ ଡ଼ାକ୍ତରଖାନାକୁ ପ୍ରସବ ପାଇଁ ଅଣା ଯାଇଥିବା ବେଳେ ପ୍ରସବ କରାଇବା ସମୟରେ ଫୋନରେ କଥା ହୋଇଥିଲେ ଡ଼ାକ୍ତର । ଏହି ସମୟରେ ପୀଡ଼ିତାଙ୍କ ଗର୍ଭରୁ ଶିଶୁଟି ବାହାରି ବେଡ୍‍ ଉପରେ ପଡ଼ିବା ସହ ସଙ୍ଗେ ସଙ୍ଗେ ତଳେ ଥିବା ଡ଼ଷ୍ଟବିନ୍‌କୁ ଖସି ପଡ଼ିଥିଲେ । ଯାହାଦ୍ୱାରା ନବଜାତର ଶରୀରରେ ଅନେକ ଆଘାତ ଲାଗିବା ସହ ନବଜାତର ଅବସ୍ଥା ଗୁରୁତର ହୋଇଥିଲା ।

Deccan Chronicle

ସୂଚନା ମୁତାବକ, ଶାହାଜାହାନ୍‌ପୁରର କୋତଓ୍ଵାଲି ଅଞ୍ଚଳରେ ରହୁଥିବା ରୀମାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ଜିଲ୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୭ ଘଣ୍ଟା ପରେ ତାଙ୍କୁ ପ୍ରସବ ପାଇଁ ନିଆଯିବା ପରେ ମହିଳା ଡ଼ାକ୍ତର ତନଓ୍ଵି ରୀମାଙ୍କ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ନିଜ ଫୋନ ଦେଖିବାରେ ବ୍ୟସ୍ତ ହୋଇଗଲେ । ଫଳରେ ଶିଶୁ ଜନ୍ମ ହେବା ପରେ ଡ଼ଷ୍ଟବିନ୍‌କୁ ଖସି ପଡ଼ିଥିଲା। ଡ଼ାକ୍ତରଙ୍କ ଏପରି ଦାୟିତ୍ୱହୀନତାକୁ ଦେଖି ଡ଼ାକ୍ତରଖାନା ତରଫରୁ ତଦନ୍ତ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର