ସୁରକ୍ଷା କାରଣରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ଲାଲକିଲ୍ଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲକିଲ୍ଲା ଆଜିଠାରୁ ଅଗଷ୍ଟ ୧୫ ସ୍ୱତନ୍ତ୍ରତା ଦିବସ ସମାପନ ପର୍ଯ୍ୟନ୍ତ ବନ୍ଦ ରହିବ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ମଙ୍ଗଳବାର ଦିନ ଏନେଇ ସୂଚନା ଦେଇଛନ୍ତି । ବିଭାଗ ତରଫରୁ କୁହାଯାଇଛି କି, ଜୁଲାଇ ୨୧ ତାରିଖ ସକାଳଠାରୁ ଅଗଷ୍ଟ ୧୫ ସ୍ୱତନ୍ତ୍ରତା ଦିବସ ସମାପନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଲାଲକିଲ୍ଲା ବନ୍ଦ ରହିବ । ଏଏସଆଇ ତରଫରୁ ଏକ ନୋଟିସ ଜାରି କରି ଏହି ସୂଚନା ଦିଆଯାଇଛି ।

କରୋନା ମହାମାରୀ କାରଣରୁ ପ୍ରଥମରୁ ଲାଲକିଲ୍ଲା ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା କମ କରାଯାଇଥିଲା । ଅନ୍ୟପଟେ ଡିଡିଏମଏର ନିର୍ଦ୍ଦେଶକ୍ରମେ ଦିଲ୍ଲୀର ସବୁ ବଜାରରେ କରୋନା କଟକଣା ପାଳନ ଉପରେ ଜୋର ଦିଆଯାଇଛି । ଏବେ ଏଏସଆଇ ଜାରି କରିଥିବା ନିର୍ଦ୍ଦେଶରେ କୁହାଯାଇଛି କି, ସୁରକ୍ଷା କାରଣରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲକିଲ୍ଲା ବନ୍ଦ ରହିବ । ଅନ୍ୟପଟେ କରୋନା କାରଣରୁ ଜୁଲାଇ ୧୨ ତାରିଖରେ ଦିଲ୍ଲୀ ପୁଲିସ ଏଏସଆଇକୁ ଏକ ଚିଠିଲେଖି ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲା ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲା ।

Whose fort is it anyway? | Eye News,The Indian Express

ଅନ୍ୟପଟେ ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୁଲିସ ଭାରତୀୟ ସୁରକ୍ଷା ଏଜେନ୍ସିକୁ କିଛି ସୂଚନା ଦେଇଛି । ଏଥିରେ କୁହାଯାଇଛି କି, ଗୁଇନ୍ଦା ସଂସ୍ଥାର ସୂଚନା ମୁତାବକ ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ଦିଲ୍ଲୀରେ ଏକ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି କି ଅଗଷ୍ଟ ୧୫ ପୂର୍ବରୁ ବିଶେଷଭାବେ ଅଗଷ୍ଟ ୫ ତାରିଖ (ଯେଉଁଦିନ ଜମ୍ମୁ-କଶ୍ମୀରରୁ ଧରା ୩୭୦ ରଦ୍ଦ କରାଯାଇଥିଲା)ରେ ଆତଙ୍କବାଦୀମାନେ ଡ୍ରୋନ ସହାୟତାରେ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରିଥାଇ ପାରନ୍ତି ।

ସମ୍ବନ୍ଧିତ ଖବର