ବିମାନ ବିଳମ୍ବ ହେବାରୁ ସ୍ପାଇସଜେଟ୍ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ

ନୂଆଦିଲ୍ଲୀ : ପାଟନା ଅଭିମୁଖେ ଯାତ୍ରା କରିବାକୁ ଥିବା ସ୍ପାଇସଜେଟ୍‌ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଦୁଇ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହେବାରୁ କମ୍ପାନିର କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଆଜି ଦିଲ୍ଲୀ ବିମାନ ବନ୍ଦରରେ ପ୍ରବଳ ପାଟିତୁଣ୍ଡ ହୋଇଛି। ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ଦିଲ୍ଲୀ-ପାଟନା ବିମାନ (୮୭୨୧) ଟର୍ମିନାଲ ୩ରୁ ସକାଳ ୭ଟା ୨୦ ମିନିଟରେ ଛାଡ଼ିବାର ଥିଲା। କିନ୍ତୁ ତାହା ପ୍ରାୟ ୧୦ଟା ୧୦ ମିନିଟ ବେଳକୁ ଛାଡ଼ିଥିଲା। ଏୟାରଲାଇନର କର୍ମଚାରୀ ପ୍ରଥ‌ମେ ଖରାପ ପାଗ ଯୋଗୁ ବିମାନ ଉଡ଼ାଣ ବିଳମ୍ବ ହେଉଥିବା ଜଣାଇଥିଲେ। କିନ୍ତୁ ପରେ ବୈଷୟିକ କାରଣ ପାଇଁ ବିମାନ ଉଡ଼ାଣ ବିଳମ୍ବ ହେଉଥିବା ସୂଚନା ଦିଆଯାଇଥିଲା। ଏଥିରେ ଅନେକ ଯାତ୍ରୀ ବିରକ୍ତ ହୋଇ କମ୍ପାନିର କର୍ମଚାରୀମାନଙ୍କ ସହିତ ପ୍ରବଳ ପାଟିତୁଣ୍ଡ କରିଥିଲେ।

ସମ୍ବନ୍ଧିତ ଖବର