ଭୋପାଳ : କାନପୁର ନିକଟରେ ୮ ଜଣ ପୁଲିସ କର୍ମଚାରୀଙ୍କ ହତ୍ୟାରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ନିଜ ଗାଁରେ ଏକ ପୁଲିସ ଦଳ ଉପରକୁ ଅତର୍କିତ ଆକ୍ରମଣ କରି ପ୍ରାୟ ଗୋଟିଏ ସପ୍ତାହ ହେବ ସେ ଫେରାର ହୋଇଯାଇଥିଲା। ଆଜି ଗିରଫ ହେବା ପରେ ଘଟଣା ଦିନର ଅନେକ ବଡ଼ ବଡ଼ ଗୁମର ଖୋଲିଛି ବିକାଶ ଦୁବେ । ସେ କାହିଁକି ପୁଲିସ ଉପରକୁ ଗୁଳି ଚଳାଇଥିଲା ବିକାଶ? ତାକୁ ପୁଲିସର ଚଢ଼ାଉ କରିବା ନେଇ କିଏ ଖବର ଦେଇଥିଲା, ଏଭଳି ଅନେକ ପ୍ରଶ୍ନର ଉତ୍ତର ରଖିଛି ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ।

Advertisment

Vikas Dubey Arrest Live Updates indiatoday

ବିକାଶର କହିବା ମୁତାବକ, ପୁଲିସ ଚଢ଼ାଉ କରିବା ପାଇଁ ଆସୁଥିବା ନେଇ ମୋତେ କାନପୁର ପୁଲିସ ସୂତ୍ରରୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା ପରେ ପୁଲିସ ମୋତେ  ଏନକାଉଣ୍ଟର କରିବା ପାଇଁ ଆସୁଛି ବୋଲି ଭାବି ମୁଁ ମୋ ସାଥୀମାନଙ୍କୁ ବନ୍ଧୁକ ସହ ପ୍ରସ୍ତୁତ ରହିବା ପାଇଁ କହିଥିଲି । ସେମାନେ ପହଞ୍ଚିବା ପରେ ମୋର ସାଥୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ପୁଲିସ ମୋତେ ଏନକାଉଣ୍ଟରରେ ମାରିବା ପାଇଁ ଆସୁଥିବା ‌ଭାବି ଏଭଳି କରିଥିଲି। ହତ୍ୟା ପରେ ମୃତ ପୁଲିସକର୍ମୀଙ୍କ ଶରୀରକୁ ମୁଁ ନିଆଁ ଲଗାଇ ପୋଡ଼ିବା ପାଇଁ ଚାହିଁଥିଲି। କିନ୍ତୁ ସମୟ ନ ଥିବାରୁ ଘର ପାଖ କୂଅରେ ଫିଙ୍ଗି ମୁଁ ଫେରାର ହୋଇ ଯାଇଥିଲି ।