ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଡମ୍ପର୍‌, ୨୮ଛାତ୍ର ଆହତ

ମହୋବା : ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେଏକ ସ୍କୁଲ୍‌ ବସ୍‌କୁ ସାମ୍ନାରୁ ଦ୍ରୃତ ଗତିରେ ଆସୁଥିବା ଡମ୍ପର୍ ଧକ୍କା ଦେବାରୁ ବସ୍‌ ଡ୍ରାଇଭର୍‌ ସମେତ ୨୮ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଆଜି ସକାଳେ ଘଟିଛି। ତୁରନ୍ତ ସମସ୍ତଙ୍କୁ ଜିଲ୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୪ଜଣ ଛାତ୍ର ଏବଂ ଡ୍ରାଇଭର୍‌ଙ୍କ ଅବସ୍ଥା ସଙ୍କଟାପନ୍ନ ରହିବାକୁ ସେମାନଙ୍କୁ ଝାନ୍ସି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଛାତ୍ରଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଆରମ୍ଭ କରିବା ପାଇଁ ଜିଲ୍ଲା ଅଧିକାରୀ ଏବଂ ଏସପିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର