ଲକଡାଉନ କାଳରେ କର୍ମଚାରୀଙ୍କର ୨୭୦ କୋଟି ଟଙ୍କାର ୮୦ହଜାରରୁ ଅଧିକ ଦାବି ପୂରଣ କଲା ଇପିଏଫଓ

୭୪%ରୁ ଅଧିକ ହିତାଧିକାରୀ କମ ଆୟବର୍ଗର

ନୂଆଦିଲ୍ଲୀ: କୋଭିଡ-୧୯ ଲକଡାଉନର ଆହ୍ଵାନପୂର୍ଣ୍ଣ ସମୟରେ ନିଜର ସଦସ୍ୟମାନଙ୍କର ଜୀବନଧାରଣକୁ ସହଜ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ଅଧୀନରେ ଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ସମୟୋଚିତ ସେବା ନିରନ୍ତର ଭାବେ ଯୋଗାଇ ଆସିଛି। ଲକଡାଉନ ସତ୍ୱେ ସଦସ୍ୟମାନଙ୍କର ୩୬.୦୨ ଲକ୍ଷର ଦାବିକୁ ଇପିଏଫଓ ପକ୍ଷରୁ ପୂରଣ କରାଯାଇଛି। କୋଭିଡ-୧୯ର କଠିନ ସମୟରେ ଭବିଷ୍ୟନିଧିର ଅଗ୍ରୀମ ଉଠାଣ ସୁବିଧା ଫଳରେ ଇପିଏଫଓ ସଦସ୍ୟ, ବିଶେଷ କରି ୧୫ ହଜାର ଟଙ୍କାରୁ କମ ମାସିକ ବେତନ ପାଉଥିବା କର୍ମଚାରୀମାନେ ଯଥେଷ୍ଟ ଲାଭବାନ ହୋଇଛନ୍ତି। ଏହାର ଅନ୍ତର୍ଗତ ସଦସ୍ୟମାନେ ତିନି ମାସର ମୂଳ ବେତନ ଏବଂ ମହଙ୍ଗା ଭତ୍ତା କିମ୍ବା ସେମାନଙ୍କ ଇପିଏଫ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥରାଶିର ୭୫ ପ୍ରତିଶତ ପର୍ଯ୍ୟନ୍ତ, ଏଥିମଧ୍ୟରୁ ଯାହା କମ ହୋଇଥିବ, ଉଠାଣ ସୁବିଧା ପାଇପାରିଛନ୍ତିି। ଏହି ସୁବିଧା ଦ୍ୱାରା ଅନେକ କର୍ମଜୀବୀଙ୍କୁ ଠିକ ସମୟରେ ଆଶ୍ୱସ୍ତି ମିଳିପାରିଛି ଓ ସେମାନେ ଋଣ ଜାଲରେ ଫସିବାରୁ ବର୍ତିଯାଇଛନ୍ତିି।

ଲକଡାଉନ ଅବଧି ସମୟରେ ଯେଉଁ ସଦସ୍ୟମାନଙ୍କ ଦାବି ପୂରଣ କରାଯାଇଛି ସେମାନଙ୍କ ମଧ୍ୟରୁ ୭୪ ପ୍ରତିଶତରୁ ଅଧିକ ଲୋକ ମାସିକ ୧୫ ହଜାର ଟଙ୍କାରୁ କମ ବେତନ ପାଉଛନ୍ତି। ଅନ୍ୟପଟେ ୫୦ ହଜାର ଟଙ୍କାରୁ କମ ଦରମା ପାଉଥିବା ମାତ୍ର ୨ ପ୍ରତିଶତ ଲୋକ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ନିମନ୍ତେ ଆବେଦନ କରିଛନ୍ତି। ମୋଟ ପୂରଣ କରାଯାଇଥିବା ଦାବି ମଧ୍ୟରୁ ୨୪ ପ୍ରତିଶତ ଲୋକଙ୍କ ଦରମା ୧୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଛି।

News India

କରୋନା ସଙ୍କଟ ସମୟରେ ସ୍ୱୟଂଚାଳିତ କାର୍ଯ୍ୟ ପଦ୍ଧତି ଓ ସମର୍ପିତ କର୍ମଚାରୀଙ୍କୁ ନେଇ ଇପିଏଫଓ ୨୭୦ କୋଟି ଟଙ୍କାର ୮୦,୦୦୦ରୁ ଅଧିକ ଦାବି ପୂରଣ କରିଛି। ଯାହାଫଳରେ ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ଇପିଏଫଓ ସଦସ୍ୟମାନଙ୍କର ସାମାଜିକ ସୁରକ୍ଷାକୁ ବ୍ୟାପକ ଭାବେ ସୁନିଶ୍ଚିତ କରିଛି।

ଏତଦବ୍ୟତୀତ ଏପ୍ରିଲ ଓ ମେ ୨୦୨୦ ଦୁଇ ମାସ ମଧ୍ୟରେ ମୋଟ ୧୧,୫୪୦ କୋଟି ଟଙ୍କା ସଦସ୍ୟମାନଙ୍କୁ ପଇଠ କରାଯାଇଛି। ଏଥିମଧ୍ୟରୁ, ୪୫୮୦ କୋଟି ଟଙ୍କାର ୧୫.୫୪ ଲକ୍ଷ ଦାବିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପୂରଣ କରାଯାଇଛି। ଯାହାକି କୋଭିଡ-୧୯ ସଙ୍କଟ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱରୂପ କରାଯାଇଛି।

ସମ୍ବନ୍ଧିତ ଖବର