ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପରସ୍ପର ସହ କଥା ହୋଇଛନ୍ତି। ପ୍ରାୟ ୯୦ମିନିଟ ଧରି ଦୁହେଁ ଅନେକ ବିଷୟରେ ଆଲୋଚନା କରିଥିବା ବେଳେ ୟୁକ୍ରେନ ଉପରେ ଆକ୍ରମଣ କରିବାର କାରଣ କହିଛନ୍ତି ପୁଟିନ୍। ମାକ୍ରୋନଙ୍କ ସହ କଥାବାର୍ତ୍ତା ସମୟରେ ପୁଟିନ ୟୁକ୍ରେନରେ କ’ଣ ହାସଲ କରିବାକୁ ଚାହୁଁଛନ୍ତି ତାହା କହିଛନ୍ତି।
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଜଣେ ସହଯୋଗୀ ନ୍ୟୁଜ୍ ଏଜେନ୍ସି ଏଏଫପିକୁ କହିଛନ୍ତି ଯେ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁରା ୟୁକ୍ରେନକୁ ଦଖଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ୟୁକ୍ରେନରେ ପରିସ୍ଥିତି ଆହୁରି ଭୟଙ୍କର ହେବ। ଯେପର୍ଯ୍ୟନ୍ତ ପୁଟିନଙ୍କ ଲକ୍ଷ୍ୟ ପୁରଣ ହୋଇନାହିଁ, ସେପର୍ଯ୍ୟନ୍ତ ସେ ଯୁଦ୍ଧ ଜାରି ରଖିବେ। ପଛକୁ ହଟିବେ ନାହିଁ।
/sambad/media/post_attachments/45be2f892669045e31b0b9aa2a1455f5e87bac1f20a64dbf95d7aa4537b559c0.jpg)
ଏହା ପୂର୍ବରୁ ମାକ୍ରୋନ୍ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚନା ଫେବ୍ରୁଆରି ୨୮ରେ ହୋଇଥିଲା। ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ହେଉଥିବା ସମସ୍ତ ଆକ୍ରମଣକୁ ବନ୍ଦ କରିବା, ସାଧାରଣ ନାଗରିକଙ୍କ ଭିତ୍ତିଭୂମି ସଂରକ୍ଷଣ କରିବା ଏବଂ ପ୍ରମୁଖ ସଡ଼କକୁ ସୁରକ୍ଷିତ ପହଞ୍ଚିବା ପାଇଁ ସୁବିଧା ଯୋଗାଇବା ନେଇ ମାକ୍ରୋନ୍ ପୁଟିନଙ୍କୁ ଅନୁରୋଧ କରିଥିଲେ। ହେଲେ ପରେ ସେଭଳି କରିନଥିଲେ ପୁଟିନ। ପ୍ରଥମ ଶାନ୍ତି ଆଲୋଚନା ବିଫଳ ହେବାରୁ ରୁଷ ସେନା ସରକାରୀ କୋଠା ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲେ।