ଦିଲ୍ଲୀରେ ପ୍ରବଳ ଧୂଳିଝଡ଼, ଦିନଦ୍ୱିପହରରେ ରାସ୍ତାଘାଟ ଅନ୍ଧାର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ଆଜି ଅପରାହ୍ନରେ ପୁଣି ଥରେ ଧୂଳି ଝଡ଼ ହୋଇଛି । ଘଣ୍ଟା ପ୍ରତି ୧୦୯ କିଲୋମିଟର ବେଗରେ ପବନ ବୋହିବା ସହ ରାସ୍ତାଘାଟ ଅନ୍ଧାର ହୋଇଯାଇଛି । ଏହା ଫଳରେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହେବା ସହ ଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଫ୍ଲାଇଟ୍‌ ଚଳାଚଳକୁ ସ୍ଥଗିତ ରଖାଯାଇଛି । ଆସୁଥିବା ପ୍ରାୟ ୧୦ଟି ଫ୍ଲାଇଟକୁ ଅନ୍ୟଆଡେ ଡାଇଭର୍ଟ କରାଯାଇଥିବା ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ କୁହାଯାଇଛି । ସେହିପରି ଦିଲ୍ଲୀ ମେଟ୍ରୋକୁ ମଧ୍ୟ ପ୍ରାୟ ଅଧ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କର ଆଇପି ଏକ୍ସଟେନସନ ଅଂଚଳରେ ହେବାକୁ ଥିବା ଏକ ସଭାକୁ ବାତିଲ କରିଦିଆଯାଇଛି । ସେହିପରି ରାସ୍ତାଘାଟରେ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଆସନ୍ତା କାଲି ପାଇଁ ମଧ୍ୟ ପାଣିପାଗ ବିଭାଗ ରାଜସ୍ତାନ, ଉତ୍ତରପ୍ରଦେଶ, ହରିୟାଣା ପାଇଁ ଝଡ଼ ବର୍ଷାର ପୂର୍ବାନୁମାନ କରିଛି ।

ସମ୍ବନ୍ଧିତ ଖବର