ଆମ୍ଷ୍ଟର୍ଡାମ୍: ନେଦର୍ଲାଣ୍ଡ୍ସ୍ରେ ସରକାରଙ୍କ ‘ଜଳବାୟୁ ପରିପର୍ତ୍ତନ ବିଧେୟକ’ ବିରୋଧରେ କୃଷକମାନେ ପ୍ରତିବାଦ କରୁଥିବା ବେଳେ ପୁଲିସ ଜଣେ ୧୬ ବର୍ଷିୟ ଟ୍ରାକ୍ଟର୍ ଚାଳକଙ୍କ ଉପରକୁ ଗୁଳି ଚଳାଇବା ସହ ୩ଜଣ ପ୍ରତିବାଦକାରଙ୍କୁ ଅଟକ ରଖିଛି।
ଘଟଣାଟି ନେଦର୍ଲାଣ୍ଡ୍ସ୍ ଫ୍ରାଇଜ୍ଲାଣ୍ଡ୍ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାବେଳେ ଘଟିଥିବା କଥା ପୁଲିସ ବୁଧବାର ଦିନ କହିଛି। ପୁଲିସ କହିବା ଅନୁସାରେ, କୃଷକ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଚାଲିଥିବା ବେଳେ ବାପାଙ୍କର ଟ୍ରାକ୍ଟର୍ ଚଳାଉଥିବା ୧୬ ବର୍ଷିୟ ଜୌକ୍ ହସ୍ପେସ୍ ରାସ୍ତା ଅବରୋଧ କରିଥିବା ପୁଲିସ ଗାଡ଼ି ଆଡ଼କୁ ମାଡ଼ି ଆସିଲା। ତେଣୁ, ଆତ୍ମରକ୍ଷା ପାଇଁ ଗୁଳି ଚଳାଇବା ଛଡ଼ା ପୁଲିସ ନିକଟରେ ଅନ୍ୟ ଉପାୟ ନ ଥିଲା। ହିଂସାକାଣ୍ଡରେ ଲିପ୍ତଥିବା ଆନ୍ଦୋଳନକାରୀ କୃଷକମାନଙ୍କ ପ୍ରତି ଏହି ଗୁଳି ଚାଳନା ଥିଲା ସତର୍କ ସୂଚନା ମାତ୍ର। ଏଥିରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ, ହସ୍ପେସ୍ଙ୍କ ନାଁରେ ନରସଂହାର ଅଭିଯୋଗ ହୋଇଛି।
Image Courtesy of India Todayପୁଲିସ ଅଧିକାରୀମାନେ ଗୁଳି ଚଳାଇଥିବାରୁ ଘଟଣାର ତଦନ୍ତ ହେବ ବୋଲି ‘ନ୍ୟାସ୍ନାଲ୍ କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ସର୍ଭିସ୍’ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ‘ଜଳବାୟୁ ପରିପର୍ତ୍ତନ ବିଧେୟକ’ରେ ସରକାର ‘ନାଇଟ୍ରୋଜେନ୍ ଏମିସନ୍ସ୍’ (ନାଇଟ୍ରୋଜେନ୍ ଗ୍ୟାସ୍ ବାହାରିବା) ହ୍ରାସ କରୁଥିବାରୁ ସେମାନଙ୍କ ଜୀବିକା ବାଧାପ୍ରାପ୍ତ ହେବା ଆଶଙ୍କାରେ କୃଷକମାନେ ପ୍ରତିବାଦ ଚଳାଇଛନ୍ତି। ୨୦୩୦ ସୁଦ୍ଧା ‘ନାଇଟ୍ରୋଜେନ୍ ଅକ୍ସାଇଡ୍’ ଏବଂ ‘ଆମୋନିଆ’ ଭଳି ପ୍ରଦୂଷଣକାରୀ ବାଷ୍ପ ୫୦% ହ୍ରାସ କରିବା ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି। ଏହାଦ୍ବାରା ଫାର୍ମ ହାଉସ୍ଗୁଡ଼ିକରେ ପ୍ରାଣୀପାଳନ ସଂଖ୍ୟା ହ୍ରାସ କରାଯିବାର ଯୋଜନା ଥିବାରୁ କୃଷକମାନେ ଆତଙ୍କିତ ହୋଇଯାଇଛନ୍ତି। କାରଣ ପ୍ରାଣୀମାନଙ୍କ ଶରୀରୁ ବିପୁଳ ପରିମାଣରେ ‘ଆମୋନିଆ’ ବାହାରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Tractors1.jpg)