ଭଙ୍ଗା ପ୍ଲାଷ୍ଟିକରେ ଛାତ୍ରଛାତ୍ରୀ ନିର୍ମାଣ କଲେ ଇଲେକ୍ଟ୍ରିକ କାର, ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ଯାଇପାରିବ

ନୂଆଦିଲ୍ଲୀ: ଭଙ୍ଗା ପ୍ଲାଷ୍ଟିକରେ ନିର୍ମାଣ କଲେ କାର | ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଭଙ୍ଗା ପ୍ଲାଷ୍ଟିକକୁ ଦେଲା ନୂଆ ରୂପ | ଦିନରାତି ଏକ କରି ଛାତ୍ରଛାତ୍ରୀମାନେ ନିର୍ମାଣ କଲେ ଇଲେକ୍ଟ୍ରୋନିକ୍ସ କାର | ନେଦରଲାଣ୍ଡର କିଛି କଲେଜ ଛାତ୍ରଛାତ୍ରୀ ‘ଲୁକା’ ନାମକ ବୈଦ୍ୟୁତିକ କାରଟିଏ ନିର୍ମାଣ କରିଛନ୍ତି | ମିଳିଥିବା ସୂଚନା ମୁତାବକ, ୱେଇଣ୍ଡଓ଼ଭେନ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମୁଦ୍ର ବେଳାଭୂମିରେ ପଡିଥିବା ପ୍ଲାଷ୍ଟିକ ବୋତଲ, ସାଙ୍ଗକୁ ରାସ୍ତାରେ ପଡିଥିବା ପାଣି ବୋତଲ ସହ ଘରେ ବ୍ୟବହାର ହେବା ପରେ ଏଣେତେଣେ ପ୍ଲାଷ୍ଟିକ ବୋତଲରୁ କାର ନିର୍ମାଣ କରିଥିଲେ |

ଏହି କାରର ନାମ ‘ଲୁକା’ ରଖାଯାଇଥିବା ବେଳେ ଘଣ୍ଟା ପ୍ରତି ୯୦ କିଲୋମିଟର (୫୬ ମାଇଲ୍) ବେଗରେ ଏହା ଯାଇପାରିବ | ସେହିପରି ସମ୍ପୂର୍ଣ୍ଣ ଚାର୍ଜ ହେଲେ କାରଟି ୨୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି | କାରର ବାହାରପାର୍ଶ୍ଵ ପାଇଁ ପ୍ଲାଷ୍ଟିକ ବୋତଲର ବ୍ୟବହାର କରାଯାଇଥିବା ବେଳେ ଭିତରପାର୍ଶ୍ଵ ପାଇଁ ଘରେ ବ୍ୟବହାର ପରେ ବାହାରୁଥିବା ଆବର୍ଜନା ପ୍ଲାଷ୍ଟିକକୁ ବ୍ୟବହାର କରାଯାଇଛି | ସେହିପରି କାରର ସିଟରେ ନଡ଼ିଆ କତା ବ୍ୟବହାର କରାଯାଇଛି |

photo-times now

ପ୍ରାୟ ୧୮ ମାସ ମଧ୍ୟରେ ୨୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି କାରର ପରିକଳ୍ପନା ଏବଂ ନିର୍ମାଣ କରାଯାଇଥିଲା | କାର ପ୍ରସ୍ତୁତ କରିଥିବା ଜଣେ ଛାତ୍ର ମାଥିଜ୍ ଭାନ୍ ୱିଜ୍ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ କାର୍ କମ୍ପାନୀଗୁଡିକ କାର ନିର୍ମାଣ ପାଇଁ ବର୍ଜ୍ୟବସ୍ତୁ ବ୍ୟବହାର କରିବା ଆରମ୍ଭ କରିବା ଉଚିତ।“

ସମ୍ବନ୍ଧିତ ଖବର