ନୂଆଦିଲ୍ଲୀ: ମାନସିକ ଯନ୍ତ୍ରଣା ଓ ବିଷାଦରୁ ମୁକୁଳି ନ ପାରି ପିଲାଦିନେ ଦୁର୍ଷ୍ମମର ସରବ୍ୟ ହୋଇଥିବା ଜଣେ ୧୭ ବର୍ଷୀୟ ନେଦର୍ଲାଣ୍ଡ୍ର ଝିଅ ସରକାରଙ୍କ ସହାୟତାରେ ‘ଇଚ୍ଛାମୃତ୍ୟୁ’ ଦ୍ୱାରା ଜୀବନ ହାରିଛନ୍ତି।
ପୁରସ୍କାର ଲାଭ କରିଥିବା ବହିଟିଏ ଲେଖିଥିବା ବିଷାଦ ବିପକ୍ଷରେ ସଂଗ୍ରାମ କରିଥିବା ନୋଆ ପୋଥୋବେନ୍ ନାମ୍ନା ସେ ଝିଅ ଶନିବାର ଦିନ ଶେଷ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ ଲେଖିଥିଲେ। ସେଥିରେ ଉଲ୍ଲେଖ କରିଥିଲେ ଯେ ଅତି ବେଶୀରେ ଦଶ ଦିନ ମଧ୍ୟରେ ମୁଁ ମରିବି। ଏହାକୁ ପଢ଼ିଥିଲେ ତାଙ୍କର ୧୦, ୦୦୦ ଅନୁଗାମୀ।
ତାଙ୍କ ଆତ୍ମଜୀବନୀମୂଳକ ବହିଟିର ନାଁ ହେଉଛି ‘ଉଇନିଙ୍ଗ୍ ଅର୍ ଲର୍ଣ୍ଣିଙ୍ଗ୍’।
ପୋଷ୍ଟ୍ କରିବାର ଦିନକ ପରେ ନୋଆ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ‘ଇଚ୍ଛାମୃତ୍ୟୁ’ ଗ୍ରହଣ କରିବାରେ ସହାୟତା କରିଥିଲେ ସରକାରୀ କ୍ଷମତାପ୍ରାପ୍ତ ଗୋଟାଏ କ୍ଲିନିକ୍। ଅନୁରୋଧ କ୍ରମେ ଜୀବନ ହାରିବା ଓ ସହାୟକ ଆତ୍ମହତ୍ୟା ଆଇନ୍ ୨୦୦୧।
କିନ୍ତୁ, ବ୍ୟକ୍ତିବିଶେଷଙ୍କ ଯନ୍ତ୍ରଣା ବାସ୍ତବରେ ବରଦାସ୍ତ ବାହାରେ ବୋଲି କୌଣସି ଡାକ୍ତର ଅନୁମୋଦ କଲେ ହିଁ ଯାଇ ସହାୟକ ମୃତ୍ୟୁ ବା ଇଚ୍ଛାମୃତ୍ୟୁ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିବ।
ବ୍ୟକ୍ତିଗତ ଆକାଉଣ୍ଟ୍ରେ ନୋଆ ଆଞ୍ଚଳିକ ଭାଷାରେ ତାଙ୍କର ଶେଷ ପୋଷ୍ଟ୍ରେ ଲେଖିଛନ୍ତି: ବର୍ଷ ବର୍ଷ ଧରି ସଂଗ୍ରାମ କରିବା ପରେ ଘଟଣାର ଅବସାନ ଘଟିଲା। କିଛି ଦିନ ହେବ ମୁଁ ଅଖିଆ ଅପିଆ ରହୁଛି। ଅନେକ କଥାବାର୍ତ୍ତା ଏବଂ ସମୀକ୍ଷା ପରେ ମତେ ମୁକ୍ତି ଦିଆଯିବ ବୋଲି ସ୍ଥିର କରାଯାଇଛି। କାରଣ ମୋ ଯନ୍ତ୍ରଣା ଅସହନୀୟ। ତା’ର ଅବସାନ ଘଟିଲା।
ଜୀବନ ହାରିବାକୁ ସେ ଯେତେବେଳେ ଖାଇବେ ନାହିଁ ବୋଲି ସ୍ଥିର କଲେ, ସରକାର ତାଙ୍କୁ ବାଧ୍ୟ କରି ନ ଖୁଆଇ ପରୋକ୍ଷଭାବେ ‘ଇଚ୍ଛାମୃତ୍ୟୁ’ ପ୍ରକ୍ରିୟାରେ ସହାୟକ ହେଲେ।