ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ । ନାରୀ ସ୍ବାଧୀନତା ବାର୍ତ୍ତା ସମ୍ବଳିତ ଅନ୍ତର୍ଜାତୀୟ ଭିଡିଓରେ ନଜର ଆସିଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ଏହି ଭିଡିଓରେ ଦୂତୀ ଚାନ୍ଦଙ୍କ ସହ ବଲିଉଡ ନାୟିକା ସାରା ଅଲ୍ଲୀ ଖାନ୍, ବକ୍ସର ମେରୀ କମ୍ ଏବଂ କିନ୍ନର ମଡେଲ ଅଞ୍ଜଳି ଲାମା ବି ନଜର ଆସିଛନ୍ତି। ଏହି ଭିଡିଓର ଶୀର୍ଷକ ରହିଛି ‘ପ୍ରୋପା ଲେଡି’।ଏହାକୁ ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ କ୍ରୀଡ଼ାସାମଗ୍ରୀ କମ୍ପାନି ପ୍ୟୁମା।
When joy and love rings in your ears, you can’t hear the trolls. @Marykom @saraalikhan95 and @anjalilama let’s spread some more joy? #PropahLady @pumaindia pic.twitter.com/bZFroGfC9H
— Dutee Chand (@DuteeChand) October 24, 2019
ସୂଚନାଯୋଗ୍ୟ,‘କୌନ ବନେଗା କରୋଡପତି’ର କରମବୀର ଏପିସୋଡରେ ଆଜି ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ କେବିସି ହଟସିଟରେ ଆସାମ ଆଥଲେଟ୍ ହିମା ଦାସ ଓ ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହୱାଗଙ୍କୁ ବି ୨୫ ଅକ୍ଟୋବରରେ ଦର୍ଶକ ଦେଖିବାକୁ ପାଇବେ।
କେବସି ପୂର୍ବରୁ ବହୁଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମାଙ୍କ ସୋ’ରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ଝିଅ ତଥା ମହିଳା ଆଥଲେଟ୍ ଦୂତୀ ଚାନ୍ଦ ପ୍ରଥମ ଓଡ଼ିଆ ମହିଳା ଭାବେ ସାମିଲ ହୋଇଥିଲେ। ଏହି ସୋ’ରେ ଦୂତୀଙ୍କ ସହ ପୂର୍ବତନ ହକି ଖେଳାଳି ସନ୍ଦିପ ଶର୍ମା ଏବଂ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ ସାମିଲ ହୋଇଥିଲେ।