ଦୂତୀ ଚାନ୍ଦ ‘ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌’ର ନୂଆ ଚେହେରା

ଭୁବନେଶ୍ବର : ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ପକ୍ଷରୁ ଜାତୀୟ ଚମ୍ପିଆନ୍ ଧାବିକା ଦୂତୀ ଚାନ୍ଦଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କଂପାନିର ସିଇଓ ଶୁଭଙ୍କର ‌ସେନ୍‌ ଏ ବିଷୟରେ ଘୋଷଣା କରିଛନ୍ତି। ଏହି ଅବସରରେ ଦୂତୀ ସେନ୍‌କୋ‌ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ଏଭରଲାଇଟ୍‌ ଗହଣା ସମ୍ଭାର ‘ଲଭ୍ ଇଜ୍ ଲଭ୍‌ କଲେକ୍ସନ’କୁ ଉନ୍ମୋଚନ କରିଛନ୍ତି। ଏହି ହାଲୁକା ଗହଣାଗୁଡ଼ିକରେ ରହିଛି ସୁନା ଓ ହୀରାରେ ତିଆରି‌ ରିଙ୍ଗ, ଇୟର ଷ୍ଟଡ୍, ଚେନ୍ ଏବଂ ପେଣ୍ଡାଣ୍ଟ୍‌। ଗହଣାଗୁଡ଼ିକର ଦାମ୍ ୧୨,୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ଏହାକୁ ନିତିଦିନିଆ ଓ ପାର୍ଟିଓୟାର ଭାବେ ବ୍ୟବହାର କରିପାରିବେ। ଏଲ୍‌ଜିବିଟି ସମ୍ପଦ୍ରାୟ ପ୍ରତି ସମ୍ମାନ ସ୍ବରୂପ ଏଭରଲାଇଟ୍‌ର ନୂଆ ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧିତ ଖବର