ଥମିବାର ନାଁ ଧରୁନାହିଁ ଜେଟ ଏୟାରୱେଜର ସମସ୍ୟା, ପଦ ଛାଡିଲେ ଡେପୁଟି ସିଇଓ

ନୂଆଦିଲ୍ଲୀ: ଦିନକୁ ଦିନ ଜେଟ ଏୟାରୱେଜର ସମସ୍ୟା ବଢ଼ିବାରେ ଲାଗିଛି | କେତେବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ତ କେତେବେଳେ ପୁଣି ଅନ୍ତର୍ଜାତୀୟ ବିମାନସେବାକୁ ବନ୍ଦ କରିବାକୁ ପଡୁଛି | ଏ ସବୁ ସମସ୍ୟା ଲାଗିଥିବାବେଳେ ଆଜି ଆଉ ଏକ ଝଟକା ଲାଗିଛି | କାରଣ ଏହି କମ୍ପାନୀର ଡେପୁଟି ସିଇଓ ଅମିତ ଅଗ୍ରୱାଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି |

ବିଶେଷଜ୍ଞଙ୍କ କହିବା କଥା ଏହା କମ୍ପାନୀ ପାଇଁ ଏକ ବଡ କ୍ଷତି କାରଣ | ଯଦି କେବେ କମ୍ପାନୀ ପୁଣିଥରେ ଆରମ୍ଭ ହୁଏ ତଥାପି ସେତେଟା ଲାଭ ମିଳିପାରିବ ନାହିଁ | ଅନ୍ୟପଟେ ସ୍ପାଇଶଜେଟ ଏବେ ଜେଟର ବିମାନ ଓ କ୍ରୁ ସଦସ୍ୟଙ୍କୁ ହାତେଇବାରେ ଲାଗିପଡ଼ିଛି | ଜେଟର ଜଣେ ପାଇଲଟ କହିଛନ୍ତି ଯେ ପୂର୍ବରୁ ବ୍ୟାଙ୍କ ଏୟାରଲାଇନ୍ସର ମ୍ୟାନେଜମେଣ୍ଟକୁ ନିଜ ହାତକୁ ନେଇ ବନ୍ଦ ହେବାକୁ ବାଧ୍ୟ କରିଥିଲା |

ଏବେ ବନ୍ଦ ହୋଇ ପଡିରହିଥିବା ଏୟାରଲାଇନ୍ସର ବିମାନକୁ ଧୀରେ ଧୀରେ ପ୍ରତିଦ୍ୱନ୍ଦୀ କମ୍ପାନୀମାନେ ନେବାରେ ଲାଗିପଡିଛନ୍ତି | ଆଉ ଜେଟର ପାଇଲଟ ଓ କ୍ରୁ ସଦସ୍ୟମାନେ ଧୀରେ ଧୀରେ ସ୍ପାଇସ ଜେଟ ପ୍ରତି ଆକୃଷ୍ଟ ହେଉଛନ୍ତି | କାରଣ ଜେଟ ପରେ ସ୍ପାଇସ ଜେଟ ହେଉଛି ସବୁଠାରୁ ବଡ ଏୟାରଲାଇନ୍ସ | ଯାହା ବୋଇଙ୍ଗ ବିମାନ ବ୍ୟବହାର କରିଥାଏ | ଇଣ୍ଡିଗୋ,ଗୋ ଏୟାର ଓ ଭିସ୍ତାରା ଏଆରବସ ବିମାନ ବ୍ୟବହାର କରିଥାନ୍ତି | ଏଠାରେ ସୂଚନା ଥାଉ କି ଆର୍ଥିକ ସଂକଟରେ ବୁଡି ରହିଥିବା ଜେଟ ଏୟାରୱେଜକୁ ଅଧିଗ୍ରହଣ କରିବା ପାଇଁ କିଛି ଦିନ ତଳେ ଏତିହାଦ ଇଚ୍ଛା ପ୍ରକାଶ କରିଥିଲା |

ସମ୍ବନ୍ଧିତ ଖବର