ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି, ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ବୀ: ଆରଜେଡି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି। ତେଣୁ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ବିହାରର ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଜଗଦାନନ୍ଦ ସିଂ ଆଜି ଏଭଳି ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୨୨ଶେଷ ହେବା ପରେ ତେଜସ୍ୱୀ ଯାଦବ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ନୀତୀଶ କୁମାରଙ୍କ କହିବା ଅନୁଯାୟୀ ଆମେ ଅନୁଭବ କରୁଛୁ ଯେ, ୨୦୨୨ଶେଷ ହେବା ପରେ ନୀତୀଶ ୨୦୨୩ ମସିହାରେ ଦେଶର ଯୁଦ୍ଧ ଲଢ଼ିବେ ଏବଂ ବିହାରର ଭବିଷ୍ୟତ ତେଜସ୍ୱୀଙ୍କ ହାତରେ ଟେକିଦେବେ।

ବୁଧବାର ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ବିଷୟରେ କହିଥିଲେ।

ସେ କହିଥିଲେ ଯେ, ବିଜେପିକୁ ହଟାଇବାକୁ ପଡିବ। ଏଥିପାଇଁ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ପଡିବ। ମୁଁ ଚାହୁଁଛି ତେଜସ୍ୱୀ ଯାଦବ ବିହାର କଥା ବୁଝନ୍ତୁ ଏବଂ ନୀତୀଶ ଦିଲ୍ଲୀ ଯାଆନ୍ତୁ। ଏଭଳି କହି ସେ ବିହାରରେ ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ବୈଠକ ବିଷୟରେ କହିବାକୁ ଯାଇ ଲାଲୁ ଯାଦବ କହିଛନ୍ତି ଯେ, ଆମେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିଲୁ, ଫଟୋ ଉଠାଇବାକୁ ନୁହେଁ। ତାଙ୍କ ସହ ହୋଇଥିବା କଥାବାର୍ତ୍ତା ଭଲ ଥିଲା। ନିର୍ବାଚନ ପରେ ତାଙ୍କୁ ପୁଣି ଭେଟିବି।

ସମ୍ବନ୍ଧିତ ଖବର