ଇ-ଚାଲାଣ-କମ-ରିଟର୍ଣ୍ଣ (ଇସିଆର) ଫାଇଲ କରିବାର ଶେଷ ତାରିଖ ମେ ୧୫କୁ ବୃଦ୍ଧି

ନୂଆଦିଲ୍ଲୀ : କୋଭିଡ-୧୯ର ଅଭାବନୀୟ ପରିସ୍ଥିତିକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୪ ତାରିଖ ଦିନ ଲକଡାଉନ ଘୋଷଣା କରିଥିଲେ । ସେ ଦୃଷ୍ଟିରୁ ମାର୍ଚ୍ଚ ମାସ ବେତନର ଇସିଆର ଏପ୍ରିଲ ୧୫ ରୁ ମେ’ ୧୫କୁ ବୃଦ୍ଧି କରାଯାଇଛି । ସାଧାରଣତଃ ମାର୍ଚ୍ଚ ୨୦୨୦ର ରିହାତି ସମୟ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଥାଏ । ଇପିଏଫ ଓ ଏମପି ଆକ୍ଟ ୧୯୫୨ ଅଧୀନରେ ସଂସ୍ଥାଗୁଡ଼ିକ ଏହି ସମୟଗୁଡ଼ିକ ମଧ୍ୟରେ ସେମାନଙ୍କ ଇସିଆର ଫାଇଲ କରିଥାନ୍ତି । ତେବେ କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ରାଶି ବାବଦ ମାର୍ଚ୍ଚ ମାସରେ ମାଲିକ ଓ କର୍ମଚାରୀମାନଙ୍କୁ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଦୃଷ୍ଟିରେ ରଖି ରୋଜଗାରରେ ଯେପରି ବ୍ୟାଘାତ ନହୁଏ ଓ କର୍ମଚାରୀଙ୍କର ଯେପରି ଅସୁବିଧା ନ ହୁଏ ସେଥିପାଇଁ ଏହା କରାଯାଇଛି । ଇସିଆର ଫାଇଲ କରିବାର ଅବଧି ଘୁଞ୍ଚିବାରୁ ପ୍ରାୟ ୬ ଲକ୍ଷ ସଂସ୍ଥାର ୫ କୋଟି କର୍ମଚାରୀଙ୍କ ହିତ ସାଧନ ହୋଇପାରିବ । ମାଲିକମାନେ ମାର୍ଚ୍ଚର ବେତନ ମାର୍ଚ୍ଚରେ ଦେବାଲାଗି ଇସିଆରରେ ଘୋଷଣା କରିବାକୁ ହେବ । ସେ ଦୃଷ୍ଟିରୁ ଏହି ରିଟର୍ଣ୍ଣ ବର୍ତ୍ତମାନ ମେ’ ୧୫ ବା ତା’ପୂର୍ବରୁ ପଇଠ କରିବାକୁ ହେବ । ମାଲିକମାନେ ଏହି ଫାଇଲିଂ ଅବଧି ଘୁଞ୍ଚିବା ଯୋଗୁଁ ସୁଧ ଓ ଜରିମାନା ଦେବାରୁ ଅବ୍ୟାହତି ପାଇବେ ।

ସମ୍ବନ୍ଧିତ ଖବର