ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି : ଯାନବାହନର ଇ‌-ନଥିପତ୍ର, ଡ୍ରାଇଭିଂ ଲାଇସେନ୍ସକୁ ମୂଳ କାଗଜପତ୍ର ବିବେଚନା କର

ନୂଆଦିଲ୍ଲୀ : ଡିଜିଟାଲ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‌େକନ୍ଦ୍ର ସରକାର ଓଡ଼ିଶା ସମେତ ସବୁ ରାଜ୍ୟକୁ ଚିଠି ଲେଖି ଯାନବାହନ ଗୁଡ଼ିକର ଇଲେକଟ୍ରୋନିକ୍‌ ନଥିପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ମୂଳ କାଗଜପତ୍ର ଭ‌ାବେ ବିବେଚନା କରିବା ପାଇଁ କହିଛନ୍ତି। ‌େକନ୍ଦ୍ରୀୟ ଯାନବାହନ ଅଧିନିୟମ ୧୯୮୯ର ଧାରା ୧୩୯କୁ ସଂଶୋଧନ କରାଯାଇଛି। ଏଥିରେ ଡ୍ରାଇଭିଂ ଲାଇସେନ୍ସ, ପଂଜୀକରଣ ପ୍ରମାଣପତ୍ର, ଫିଟ୍‌ନେସ ପ୍ରମାଣପତ୍ର, ପରମିଟ୍‌ ଟ୍ୟାକ୍ସ ସମ୍ପର୍କିତ ସମସ୍ତ ଦସ୍ତାବିଜକୁ ଡିଜିଟାଲ ଲକରରେ ରଖାଯିବା ବ୍ୟବସ୍ଥା ହୋଇଛି। ପୁଲିସ ଅଥବା ପରିବହନ ବିଭାଗର ଅଧିକାରୀ ନଥିପତ୍ର ଯାଞ୍ଚ୍‌ ପାଇଁ ମାଗିଲେ ମୋବାଇଲ୍‌ରେ ଇଲେକଟ୍ରୋନିକ୍‌ ଦସ୍ତାବିଜକୁ ମୂଳ କାଗଜପତ୍ର ଭାବେ ଗ୍ରହଣ କରିବାପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟ ସରକାରଙ୍କୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି। ସୂଚନାନୁଯା‌ୟୀ, କର୍ଣ୍ଣାଟକକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟ ବର୍ତ୍ତମାନ ସୁଦ୍ଧା ଡିଜିଟାଲ୍‌ ଲକରର ଦସ୍ତାବିଜକୁ ମୂଳ ଦସ୍ତାବିଜ ଭାବେ ଗ୍ରହଣ କରିନାହାନ୍ତି କିମ୍ବା ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିନାହାନ୍ତି।

ସମ୍ବନ୍ଧିତ ଖବର