ରେଳବାଇରେ ଇ-ପାସ୍‌ ମଡ୍ୟୁଲ ଉଦ୍‌ଘାଟିତ

ନୂଆଦିଲ୍ଲୀ : ରେଳବାଇ ବୋର୍ଡର ଅଧ୍ୟକ୍ଷ, ମାନବ ସମ୍ବଳ ପରିଚାଳନା ବା ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ ଅଧୀନରେ ବିକଶିତ ଇ-ପାସ୍‌ ମଡ୍ୟୁଲକୁ ଆଜି ଉଦ୍‌ଘାଟନ କରିଛନ୍ତି । ଏହି ମଡ୍ୟୁଲକୁ ସିଆରଆଇ ଦ୍ୱାରା ବିକଶିତ କରାଯାଇଛି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଫ୍‌ସି/ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ସିଏମ୍‌ଡି/ ଆଇଆରସିଟିସି/ ଏମ୍‌ଡି/ ସିଆରଆଇଏସ/ ସମସ୍ତ ଜେନେରାଲ ମ୍ୟାନେଜର, ପିସିପିଓଏସ୍‌, ପିସିସିଏମ୍‌ଏସ୍‌, ପିଏଫ୍‌ଏ ଓ ଡିଭିଜନାଲ ମ୍ୟାନେଜରମାନେ ଉପସ୍ଥିତ ଥିଲେ । ଇ-ପାସ୍‌ ମଡ୍ୟୁଲର ବିଭିନ୍ନ ଦିଗ ସଂପର୍କରେ ଏଥିରେ ଡିଜି/ଏଚ୍‌ଆର ସୂଚନା ଦେଇଥିଲେ ଓ ଏହାର କାର୍ଯ୍ୟକାରିତା ବିଷୟରେ ବୁଝାଇଥିଲେ ।

ଭାରତୀୟ ରେଳବାଇରେ ଏଥିପୂର୍ବରୁ ମୁଖ୍ୟତଃ ପାସ୍‌ ପ୍ରଦାନ ବ୍ୟବସ୍ଥା ମାନବିକ ପ୍ରକ୍ରିୟାରେ ହେଉଥିଲା । ସେହିଭଳି ରେଳ କର୍ମଚାରୀଙ୍କ ପାସ୍‌ ଉପରେ ଅନ୍‌ଲାଇନ ଟିକେଟ ବୁକିଂ ବ୍ୟବସ୍ଥାର ସୁବିଧା ନ ଥିଲା । ଏହି ଇ-ପାସ୍‌ ମଡ୍ୟୁଲ ଏଚ୍‌ଆରଏମ୍‌ଏସ୍‌ ବା ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ପ୍ରକଳ୍ପରେ ବିକଶିତ । ପର୍ଯ୍ୟାୟକ୍ରମେ ଏହା ଭାରତୀୟ ରେଳବାଇରେ କାର୍ଯ୍ୟକାରୀ ହେବ ।

ନୂଆ ବ୍ୟବସ୍ଥା ଫଳରେ ରେଳ କର୍ମଚାରୀମାନେ ସେମାନଙ୍କ ପାସ୍‌ ବ୍ୟବହାର କରିବାରେ ଆଉ ଅସୁବିଧାର ସମ୍ମୁଖୀନ ହେବେନାହିଁ ଏବଂ ସବୁ କର୍ମଚାରୀଙ୍କୁ ସହଜରେ ପାସ୍‌ ଯୋଗାଇ ଦିଆଯାଇପାରିବ । ଭାରତୀୟ ରେଳବାଇର ସମସ୍ତ କାର୍ଯ୍ୟକୁ ଡିଜିଟାଇଜ କରିବା ପାଇଁ ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରେ ୨୧ଟି ମଡ୍ୟୁଲ ବିକଶିତ କରିବାର ଯୋଜନା ରହିଛି । କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୯୭ ଶତାଂଶଙ୍କର ମୌଳିକ ତଥ୍ୟାବଳୀର ଡିଜିଟାଲାଇଜ କାର୍ଯ୍ୟ ଶେଷ ହୋଇଛି । ଏଗୁଡିକୁ ଏମ୍ପ୍ଲୟି ମାଷ୍ଟର ଏବଂ ଇ-ସର୍ଭିସ ରେକର୍ଡ ମଡ୍ୟୁଲରେ ଗତବର୍ଷ ସାମିଲ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ଖୁବ୍‌ଶୀଘ୍ର ସିଆରଆଇଏସ୍‌ ରେଳବାଇର ଅଫିସ ଅର୍ଡର ମଡ୍ୟୁଲ ଏବଂ ସେଟଲମେଣ୍ଟ ମଡ୍ୟୁଲ କାର୍ଯ୍ୟକ୍ଷମ କରିବ ।

ସମ୍ବନ୍ଧିତ ଖବର