କୋଚି : ଭାରତର ମେଟ୍ରୋମ୍ୟାନ ଭାବେ ପରିଚିତ ଇ.ଶ୍ରୀଧରନ ଏବେ କେରଳର ପଲ୍ଲକ୍କଡ ଜିଲ୍ଲାରେ ଥିବା ନିଜ ଗାଁରେ ଅବସର ସମୟ ବିତାଉଛନ୍ତି । ଏହି ବିଶ୍ୱ ପ୍ରସିଦ୍ଧ ବ୍ୟକ୍ତିଙ୍କର ସରଳ ଜୀବନଶୈଳୀ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ ସଚ୍ଚା ହିନ୍ଦୁଭାବେ ସେ ଏବେ ନିୟମିତଭାବେ ନିଜ ଗାଁର ମନ୍ଦିରକୁ ଯିବା ସହ ଗାଁ ଲୋକଙ୍କୁ ଶ୍ରୀମଦ ଭାଗବତ ଶୁଣାଉଛନ୍ତି । ପ୍ରତି ଶ୍ଳୋକର ଅର୍ଥ ବୁଝାଉଛନ୍ତି । ଭଗବାନଙ୍କ ଲୀଳାବଳୀକୁ ଲୋକଙ୍କୁ କହିବା ସହ ଭଜନ କୀର୍ତ୍ତନ କରୁଛନ୍ତି । ନିଜ ଗାଁ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଛନ୍ତି । କେରଳର ପଲ୍ଲକଡରେ ୧୯୩୨ରେ ଜନ୍ମ ହୋଇଥିବା ଶ୍ରୀଧରନଙ୍କୁ ଭାରତରେ ମେଟ୍ରୋ ଟ୍ରେନର ଜନକ ବୋଲି କୁହାଯାଏ । ପ୍ରଥମେ ୧୯୭୦ରେ ଦେଶର ପ୍ରଥମ ମେଟ୍ରୋ ଟ୍ରେନ ପ୍ରକଳ୍ପ କୋଲକତାଠାରେ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ଦାୟିତ୍ୱରେ ସେ ଥିଲେ । ପରେ ୯୦ ଦଶକରେ ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର କାର୍ଯ୍ୟଆରମ୍ଭ ହେଲା । ଏହି ପ୍ରକଳ୍ପକୁ ଧାର୍ଯ୍ୟ ସମୟ ପୂର୍ବରୁ ସାରି ସେ ଏକ ବିରଳ ସଫଳତା ହାସଲ କରିଥିଲେ । ପ୍ରକଳ୍ପଟି ୧୯୯୮ରେ ସମାପ୍ତ ହେବାର ଥିଲେ ମଧ୍ୟ ସେ ତାହାକୁ ୧୯୯୭ରେ କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ । ଏହାଛଡା ସେ କୋଚିନ ସିପୟାର୍ଡ ର ନିର୍ମାଣ ଦାୟିତ୍ୱରେ ଥିଲେ ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp