ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଛି ଓ ଉପଭୋଗ ବଢିଛି । ଏହା ସହିତ ଟେକନଲୋଜିର ଉପଯୋଗ ବହୁଗୁଣିତ ହୋଇଛି । ଏହା ଆମ ଜୀବନକୁ ଉନ୍ନତ କରିବା ସହ ଏକ ସମସ୍ୟା ମଧ୍ୟ ଆଣିଦେଇଛି । ତାହା ହେଉଛି ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବା ଇ-ଓ୍ବେଷ୍ଟ । ଦିନକୁ ଦିନ ଇ-ବର୍ଜ୍ୟ ଉତ୍ପାଦନ ବଢିଚାଲିଛି ଓ ଓଡ଼ିଶା ଏ କ୍ଷେତ୍ରରେ ଦେଶର ପ୍ରମୁଖ ୫ଟି ରାଜ୍ୟରେ ପରିଣତ ହୋଇଛି ।

Advertisment

ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରମେଣ୍ଟର ତଥ୍ୟ ଅନୁସାରେ ଗତ ୭ ବର୍ଷରେ ଦେଶରେ ସୃଷ୍ଟି ହେଉଥିବା ଇ-ଓ୍ବେଷ୍ଟ ପରିମାଣ ୧୪୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭-୧୮ରେ ଏହା ୦.୭ ନିୟୁତ ଟନ ଥିବାବେଳେ ୨୦୨୩-୨୪ ସୁଦ୍ଧା ଏହା ୧.୭୫ ନିୟୁତ ଟନରେ ପହଞ୍ଚିଛି। ପୁଣି ଏହି ସମସ୍ୟାର ମୁକାବିଲା କରିବାକୁ ଯେତିକି ରିସାଇକ୍ଲିଙ୍ଗ କ୍ଷମତା ଆବଶ୍ୟକ ତାହା ଦେଶରେ ତିଆରି ହୋଇପାରୁନାହିଁ । ୨୦୨୩-୨୪ରେ ଦେଶର ମୋଟ ୫୭ ପ୍ରତିଶତ ଇ-ବର୍ଜ୍ୟ ରିସାଇକ୍ଲିଂ ହୋଇପାରିନଥିଲା । ପୁଣି ଏହି ତଥ୍ୟ ଅନୁସାରେ ସାରା ଦେଶରେ ଯେତିକି ଇ-ବର୍ଜ୍ୟ ସୃଷ୍ଟି ହେଉଛି ତାହାର ୭୪ ପ୍ରତିଶତ ୫ଟି ରାଜ୍ୟରୁ ଆସୁଛି । ଏହି ୫ଟି ରାଜ୍ୟ ମଧ୍ୟରେ ପ୍ରଥମ ସ୍ଥାନରେ ଗୁଜରାଟ ରହିଥିବାବେଳେ ୨ୟ ସ୍ଥାନରେ ମହାରାଷ୍ଟ୍ର, ୩ୟରେ ତାମିଲନାଡୁ, ୪ର୍ଥରେ ଆନ୍ଧ୍ରପ୍ରଦେଶ ଓ ୫ମରେ ଓଡ଼ିଶା ରହିଛି । ଗୁଜରାଟରେ ୨୦୨୩-୨୪ରେ ୮.୬୮ ନିୟୁତ ଟନ ଇ-ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥିବାବେଳେ ସେହିବର୍ଷ ଓଡ଼ିଶାରେ ୧.୩ ନିୟୁତ ଟନ ଇ-ବର୍ଜ୍ୟ ସୃଷ୍ଟି ହୋଇଥିଲା । 

୨୦୨୩-୨୪ରେ ଦେଶର ମୋଟ ୫୭ ପ୍ରତିଶତ ଇ-ବର୍ଜ୍ୟ ରିସାଇକ୍ଲିଂ ହୋଇପାରିନଥିଲା । ପୁଣି ଏହି ତଥ୍ୟ ଅନୁସାରେ ସାରା ଦେଶରେ ଯେତିକି ଇ-ବର୍ଜ୍ୟ ସୃଷ୍ଟି ହେଉଛି ତାହାର ୭୪ ପ୍ରତିଶତ ୫ଟି ରାଜ୍ୟରୁ ଆସୁଛି । ଏହି ୫ଟି ରାଜ୍ୟ ମଧ୍ୟରେ ପ୍ରଥମ ସ୍ଥାନରେ ଗୁଜରାଟ ରହିଥିବାବେଳେ ୨ୟ ସ୍ଥାନରେ ମହାରାଷ୍ଟ୍ର, ୩ୟରେ ତାମିଲନାଡୁ, ୪ର୍ଥରେ ଆନ୍ଧ୍ରପ୍ରଦେଶ ଓ ୫ମରେ ଓଡ଼ିଶା ରହିଛି ।


ଇ-ବର୍ଜ୍ୟ କଣ ?

ଇ-ବର୍ଜ୍ୟ ହେଉଛି ପୁରୁଣା, ଭଙ୍ଗା କିମ୍ବା ଅଦରକାରୀ ଇଲେକ୍ଟ୍ରୋନିକ୍ ସାମଗ୍ରୀ—ଯଥା କମ୍ପ୍ୟୁଟର୍, ମୋବାଇଲ୍, ଟିଭି, ବ୍ୟାଟେରୀ, ଫ୍ରିଜ୍ ଇତ୍ୟାଦି। ଏଥିରେ ସୀସା, ପାରା, କ୍ୟାଡମିୟମ୍, କ୍ରୋମିୟମ୍ ପରି ବିଷାକ୍ତ ଧାତୁ ଥାଏ। ଏହାକୁ ବିନାପ୍ରକ୍ରିୟାକରଣରେ ଏତେତେଣେ ଭାବରେ ଫେଙ୍ଗିଦେବା ବା ପୋଡ଼ିଦେବା ଦ୍ବାରା ମାଟି, ଜଳ ଓ ବାୟୁ ପ୍ରଦୂଷିତ ହୋଇଥାଏ। ଏହା କୃଷି, ପଶୁପାଳନ, ପ୍ରାଣୀଜୀବନକୁ କ୍ଷତି କରେ ଓ ମାନବ ସ୍ୱାସ୍ଥ୍ୟରେ କ୍ୟାନ୍ସର, ସ୍ୱାସ୍ଥ୍ୟଜନିତ ରୋଗ, ସ୍ନାୟୁ ଓ କିଡନି ସମସ୍ୟା ସୃଷ୍ଟି କରେ।